ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିକ୍ଷୋଭ
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଚାରିଛକ ଠାରେ ଅଖିଳ ଭାରତ କୃଷକ ସଭା ନିମାପଡ଼ା ଶାଖା ପକ୍ଷରୁ ଆଜି ଅପରାହ୍ନରେ ଚାରିଛକ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଠାରେ ଚାରି ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଖିଳ ଭାରତ କୃଷକ ସଭା ପୁରୀ ଜିଲ୍ଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ରାଉତ ଙ୍କ ଦ୍ଵାରା ଆୟୋଜିତ ଏହି ପ୍ରତିବାଦ ସଭାରେ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା କୁ ପ୍ରତ୍ୟାହାର କରିବା ,୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଶୁଳ୍କ ଛାଡ଼ କରିବା , ବକେୟା ବିଦ୍ୟୁତ୍ ଶୁଳ୍କ ଆଦାୟ ବନ୍ଦ କରିବା ଓ ଅଘୋଷିତ ବିଦ୍ୟୁତ୍ କାଟ ବନ୍ଦ କରିବା ପ୍ରମୁଖ ଦାବି ନେଇ ଏହି ବିକ୍ଷୋଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କୃଷକ ସଭା ରାଜ୍ୟ ସମ୍ପାଦକ ସନାତନ ପାତ୍ର ଯୋଗ ଦେଇ କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି କୁ ସମାଲୋଚନା କରିଥିଲେ । ଏହି ପ୍ରତିବାଦ ସଭାରେ ୧୦୦ ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ ।