କେନ୍ଦ୍ରାପଡା -ଯାଜପୁର ପ୍ରତିଭା ପୂଜା ସଂସଦ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା- ଯାଜପୁର ପ୍ରତିଭା ପୂଜା ସଂସଦ ପକ୍ଷରୁ ଓଡିଶା ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଇନ୍ଦୁପୁରସ୍ଥିତ ମା’ ଚଣ୍ଡୀଦେବୀଙ୍କ ପୀଠରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସୁବାସ ଚନ୍ଦ୍ର ମଜୁମଦାରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଉଦଘାଟକ ଭ ।ବେ ଯୋଗଦେଇ ଅଦ୍ୱୈତ ସାର ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ନିଷ୍ଠାପର ସମାଜସେବୀ ଓ ଜଣେ ଉତ୍ସର୍ଗୀକୃତ ମଣିଷ ଭାବରେ ସମାଜର ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ଜଣେ ବିରଳ ବ୍ୟକ୍ତିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ତୁଳସୀ ମହିଳା କଲେଜ ଅଧ୍ୟକ୍ଷ ପ୍ରଫେସର ଅଜୟ ସାମଲ ଓ ସମ୍ମାନୀତ ଅତିଥି ଭାବେ ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସୁତାର, ସମିତିସଭ୍ୟା ସୁନନ୍ଦା ମଳିକ, ଗମୁ ସରପଞ୍ଚ ଜଗଦିଶ ଜେନା, ଶିକ୍ଷାବୀତ ନୀଳମାଧବ ପତି, ଶିକ୍ଷାବୀତ ହେମନ୍ତ ମହାପାତ୍ର, ସଚିଦାନନ୍ଦ ମହାପାତ୍ର, ପର୍ଶୁରାମ ସ୍ୱାଇଁ, ସମାଜସେବୀ ଶ୍ରୀବତ୍ସ ନାୟକ, ପରିବେଶବିତ କାଶିନାଥ ରାଉତରାୟ ପ୍ରମୁଖ ଯୋଗଦେଇ ଶ୍ରୀ ଜେନାଙ୍କ ଉତ୍ସର୍ଗୀକୃତ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବରିଷ୍ଠ ଶିକ୍ଷାବିତ, ସମାଜ ସଂସ୍କାରକ ଅଦ୍ୱୈତ ବଲ୍ଲଭ ଜେନାଙ୍କୁ ସଂସଦ ପକ୍ଷରୁ ଅତିଥିମାନେ ମାନପତ୍ର, ପୁଷ୍ପମାଲ୍ୟ, ପଗଡି ଓ ଉତ୍ତରୀୟ ପ୍ରଦାନ ପୂର୍ବକ “ବରୀ ଗୈାରବ ସମ୍ମାନ”ରେ ସମ୍ମାନୀତ କରିଥିଲେ । ଏଥିସହିତ ବାରୁଣି ତୀର୍ଥ ଉନ୍ନୟନ କମିଟି ପକ୍ଷରୁ ମଧ୍ୟ ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରକାଶ କୁମାର ଜେନା ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀ ଜେନାଙ୍କୁ “ବାରୁଣି ତୀର୍ଥ ସେବା ସମ୍ମାନ” ପ୍ରଦାନ କରିଥିଲେ । ଶିକ୍ଷାବିତ ପ୍ରଣବ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ ମୂରଲୀଧର ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପାଠ ଓ ପାୟଲ ମ୍ୟୁଜିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପରିଚାଳନାରେ ଦେବେନ୍ଦ୍ର କୁମାର ରାଉତ, ପ୍ରକାଶ ଜେନା, ଜ୍ଞାନେନ୍ଦ୍ର ବାରିକ, ରାମନାରାୟଣ ସିଂହ, ଚନ୍ଦନ ସାହୁ, ବିଜୟ କେତନ ଜେନା, ଗୈାରାଙ୍ଗ ଚରଣ ସାହୁ, ବିଜୟ କୁମାର ସାହାଣୀ, ବେଣୁଧର ନାୟକ, ପୂର୍ବତନ ସରପଞ୍ଚ ବିଜନ ମଲିକ, ପୂର୍ବତନ ଧୂମାତ ସରପଞ୍ଚ ନରହରି ପାଣି, ଚିରରଞ୍ଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ଶତାଧିକ ଶୁଭ ଚିନ୍ତକ ମା’ ଚଣ୍ଡୀଦେବୀଙ୍କ ନିକଟରେ ସମୁହ ଦୀପ ଦାନ କରିବା ପରେ ମା’ ବାସୁଳାଇ ସଂକୀର୍ତ୍ତନ ଦଳ ମା’ଙ୍କ ପୀଠରେ କୀର୍ତ୍ତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ