ଜୀବିକା ମିଶନ ମହିଳାଙ୍କୁ ପ୍ରତାରଣା ଅଭିଯୋଗ

କୋଦଳା, (ଗୁଲସନ କୁମାର କର) :-ଓଡିଶା ଜୀବିକା ମିଶନ ଅଧିନସ୍ଥ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘର ସଭାପତି ଓ ସଂପାଦିକା ମାନଙ୍କୁ ବେଆଇନ୍ ଭାବେ ଛଟେଇ କରୁଛନ୍ତି ଉପରିସ୍ଥ ଅଧିକାରୀ ବା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର । ଏଭଳି ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କିଛି ପଞ୍ଚାୟତର ମହିଳା ସ୍ଵୟଂ ସହାୟକ ସଂଘର ମହାସଂଘ ସଭାପତି ଓ ସଂପାଦିକା । ସୂଚନା ଅନୁସାରେ ପଞ୍ଚାୟତ ସ୍ତରରେ ଗଠନ ହୋଇଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହାସଂଘ ଗୁଡିକର ସଭାପତି ଓ ସଂପାଦିକା ପଦବୀ ଗୁଡିକ ୨ ବର୍ଷ ପରେ ବଦଳାଇ ପୁନର୍ବାର ସଭାପତି ସଂପାଦିକା ଚୟନ କରିବା ପାଇଁ ନିୟମ ରହିଛି । ଉକ୍ତ ସଭାପତି ଓ ସଂପାଦିକା ମାନେ ବିନା ପାରିଶ୍ରମିକରେ ସଂଘ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ତେବେ ନିକଟରେ ଏମାନଙ୍କ ପାଇଁ ୨ ହଜାର ଟଙ୍କା ମାସିକ ପ୍ରୋତ୍ସାହନ ରାଶି ଦେବାକୁ ସ୍ଥିର କରାଯାଇଛି । ଏହାକୁ ନେଇ ଏବେ ଦେଖା ଦେଇଛି ବିବାଦ। ମହିଳା ଗୋଷ୍ଠୀର ମହାସଂଘ ସଭାପତି ସଂପାଦିକା ମାନଙ୍କ କହିବା କଥା ଦୀର୍ଘ ୮ ବର୍ଷ ଧରି ସେମାନେ ଏହି ଦାୟିତ୍ବ ବିନା ପାରିଶ୍ରମିକ ରେ ତୁଲାଇ ଆସୁଛନ୍ତି । ଯଦି ୨ ବର୍ଷକୁ ଥରେ ଏହି ପଦବୀ ବଦଳାଇବାକୁ ଆଇନ୍ ରହିଥିଲା ତେବେ ୮ ବର୍ଷ ଧରି ଆମକୁ ରଖୁଥିଲେ କାହିଁକି? ଏବଂ ଏବେ ଯଦି କିଛି ପାରିଶ୍ରମିକ ରାଶି ଦିଆଯିବ, ତେବେ ଆମକୁ ଏଥିରୁ ବଞ୍ଚିତ କରାଯାଉଛି କାହିଁକି? ଏଣୁ ଆଉ ୨ ବର୍ଷ ସେମାନଙ୍କୁ ଏହି ପଦବୀରେ ରଖାଯିବାକୁ ଦାବି କରିଛନ୍ତି ବିଭିନ୍ନ ପଞ୍ଚାୟତ ର ମହିଳା ମହାସଂଘ ସଭାପତି ଓ ସଂପାଦିକା । ଏନେଇ ଏକ ଦାବିପତ୍ର ବେଗୁନିଆପଡ଼ା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ତୁରନ୍ତ ସେମାନଙ୍କ ଗୁହାରି ଶୁଣିବାକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ