ଭାଗବତ ପ୍ରସାଦ ମହାନ୍ତିଙ୍କ ୯୫ତମ ଜନ୍ମ ବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ସ୍ୱର୍ଗତ ମହାନ୍ତିଙ୍କ ୯୫ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବୁଧବାର ପୂର୍ବାହ୍ନରେ କେନ୍ଦ୍ରାପଡା ସହରର କାକଟସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଟ୍ରଷ୍ଟର ଅଧ୍ୟକ୍ଷ ଗୁରୁ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୭ତାରିଖରେ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଗାୟତ୍ରୀ ମହାନ୍ତି, ସୁଶିଲ କୁମାର ସାମଲ, ଫକୀର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ବସନ୍ତ ସେଠୀ, ଶରତ ବେହୁରା, ଦୟାନିଧି ଜେନା, ଭ୍ରମରବର ରାଉତ, ରଘୁନାଥ ଶତପଥୀ, ବିଧୁଭୂଷଣ ମହାପାତ୍ର, ଶ୍ରୀକାନ୍ତ ନାୟକ, ମୁକ୍ତାର ଖାଁ, ତପନ ପ୍ରଧାନ, ଶ୍ରୀଧର ନାଥ, କୃଷ୍ଣ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ