କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟିଲେ ଖଜୁରିପଡ଼ା ବ୍ଳକର ୧୨ ପଞ୍ଚାୟତର ସରପଞ୍ଚ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଆଶିଷ୍ ଈଶ୍ୱର ପାଟିଲ ଙ୍କୁ କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଳକର ସମସ୍ତ ୧୨ ଟି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚମାନେ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ବେଳେ ସରପଞ୍ଚମାନେ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ କରିବା ସହିତ ନିଜ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ସାକ୍ଷାତ ବେଳେ ସରପଞ୍ଚମାନେ ପଞ୍ଚାୟତର ଉନ୍ନତି ସହିତ ଦୁର୍ଗମ ଅଞ୍ଚଳ ଗୁଡ଼ିକର ବିକାଶରେ ସହାୟକ ହେବା ପାଇଁ ଜିଲାପାଳଙ୍କୁ ନିବେଦନ କରିଥିଲେ । ପଞ୍ଚାୟତ ଗୁଡ଼ିକର ଉନ୍ନତି ଦିଗରେ ସବୁ ପ୍ରକାର ଦୃଷ୍ଟି ଦିଆଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ ନିଜ ଅଞ୍ଚଳର କିଛି କିଛି ସମସ୍ୟା ଉପରେ ଅବଗତ ପରେ ସରପଞ୍ଚମାନେ ଖୁସିବ୍ୟକ୍ତ କରିଥିଲେ ।


