ମହିଳାଙ୍କୁ ହତ୍ୟା ! ପୋଖରୀରୁ ମିଳିଲା ମୃତଦେହ

କରଞ୍ଜିଆ, (ଜିତେନ୍ଦ୍ର ରାଜ) :- ମୟୂରଭଞ୍ଜ ଜିଲ୍ଲା ଯଶୀପୁର ହାଣ୍ଡିପୁହାଣ ଗାଁ ଜଙ୍ଗଲ ନିକଟ ଏକ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ମୃତଦେହ ସହ ଏକ ପଥର ବନ୍ଧା ଯାଇଥିଲା । ତେଣୁ କେହି ହତ୍ୟା କରି ମୃତଦେହରେ ପଥର ବାନ୍ଧି ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି । ମୃତା ମହିଳାଙ୍କ ପରିଚୟ ମିଳିପାରିନି । ହାଣ୍ଡିପୁହାଣ ଗାଁ ଜଙ୍ଗଲ ନିକଟ ନିଛାଟିଆ ସ୍ଥାନରେ ପୋଖରୀଟି ଅବସ୍ଥିତ । କିଛି ଗାଁ ଲୋକେ ଗତକାଲି ସନ୍ଧ୍ୟାରେ ପୋଖରୀ ନିକଟକୁ ଯାଇଥିବା ବେଳେ ଏକ ମୃତଦେହର କିଛି ଅଂଶ ଭାସୁଥିବା ଦେଖିବାକୁ ପାଇଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ । ଆଜି ସକାଳେ  ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତଦେହରେ ଏକ ପଥର ବନ୍ଧା ହୋଇଥିବାରୁ ତାହା ସମ୍ପୂର୍ଣ୍ଣ ଭାସୁ ନ ଥିଲା । ମୃତା ମହିଳା ଙ୍କ ବୟସ ପାଖାପାଖି ୩୦ ହେବ । ପ୍ରାୟ୨, ୩ ଦିନ ପୂର୍ବରୁ କେହି ସମ୍ପୃକ୍ତା ମହିଳାଙ୍କ ହତ୍ୟା କରି ଏଠାରେ ଫୋଫାଡ଼ି ଦେଇ ଯାଇଥିବା ଅନୁମାନ କରାଯାଉଛି । ତାଙ୍କ ପରିଚୟ ମିଳିପାରିନି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି । ଯଶିପୁର ପୋଲିସ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ସମ୍ପୃକ୍ତା ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା ଚଳାଇଛି। ଏପରିକି ଏନେଇ ଆଖାପାଖ ଥାନାରେ କିଛି ମିସିଂ କେସ୍‌ ହୋଇଛି କି ନାହିଁ ତାହାର ପତ୍ତା ଲଗାଉଛି । ଏହାଦ୍ୱାରା ମହିଳାଙ୍କ ପରିଚୟ ମିଳିବା ସହଜ ହୋଇପାରିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ