ନିକୁଞ୍ଜ ବିହାରୀ ପୃଷ୍ଟିଙ୍କ କାବ୍ୟ ପୁସ୍ତକ ଦିଗନ୍ତ କୁହେଳି ଉନ୍ମୋଚିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କବି ନିକୁଞ୍ଜ ବିହାରୀ ପୃଷ୍ଟିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ତଥା ପୂର୍ବତଟ ରେଳ ବିଭାଗର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ଯୋଗଦେଇ ଥିବା ବେଳେ ଡଃ. ନୀଳମଣି ଲେଙ୍କା, ଗୀତିକାର ବଳରାମ ଲେଙ୍କା, ଡଃ. ଶିବ ପ୍ରସାଦ ଦଳାଇ, ଡଃ. ପ୍ରଭାତରଞ୍ଜନ ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଅତିଥିମାନେ କବି ନିକୁଞ୍ଜ ବିହାରୀ ପୃଷ୍ଟିଙ୍କ କାଳ୍ପନିକ କାବ୍ୟ ପୁସ୍ତକ “ଦିଗନ୍ତ କୁହେଳି” ଏବଂ ତାଙ୍କ ପତ୍ନୀ ତଥା କବୟିତ୍ରୀ ଅନିତା ପୃଷ୍ଟିଙ୍କ ରଚିତ କବିତା ସଙ୍କଳନ ପୁସ୍ତକ ‘ସୀମନ୍ତିନୀ”ର ଲୋକାର୍ପଣ କରିଥିଲେ । ଅତିଥିମାନେ ଉଭୟ ପୁସ୍ତକର ଭୁରୀଭୁରୀ ପ୍ରଶଂସା କରିବା ସହିତ ଉଭୟ ରଚୟିତା ଦମ୍ପତିଙ୍କୁ ଏଭଳି ପୁସ୍ତକ ଲେଖିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ । ସାହିତ୍ୟ ଫର୍ଦ୍ଦ ଓ ବନଫୁଲ ପ୍ରକାଶନର ସମ୍ପାଦକ ପବିତ୍ର ବ୍ରହ୍ମପୁତ୍ର ନାୟକ ସମୀକ୍ଷକ ଭାବରେ ଯୋଗଦେଇ ଉଭୟ ପୁସ୍ତକର ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଆରାଧନା ଦାଶ, ଚାରୁଲତା ଭୂୟାଁ, ଅଶୋକ କୁମାର ସାହୁ, ଡଃ. ଅଭୟ କୁମାର ରାଉତଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଉପସ୍ଥିତ କବି ଓ କବୟିତ୍ରୀମାନେ ସ୍ୱରଚିତ କବିତା ପାଠ କରିଥିଲେ । ଏଥିରେ ଅମର ପ୍ରସାଦ ରାଉତ, ଶରତ କୁମାର ରାଉତ, ଟିଟିକାନ୍ତ ନାୟକ, ଗଗନ ବିହାରୀ ଜେନା, ଅଧର ଜେନା, ଗଗନ ବିହାରୀ ସିଂ, ମାଧବାନନ୍ଦ ଦାସ, ରଞ୍ଜନ ବାଇ, ଅଜୟ ପାତ୍ର, ସଞ୍ଜୟ କୁମାର ମଥାନ, ଶଙ୍କର୍ଷଣ ସାହୁ, କବିତା ମୁଦୁଲି, ସ୍ୱପ୍ନାଂଶୁ ଦାସ, ପ୍ରଦୀପ ଦାଶ, ନକୁଳ ପଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ନିଜର ସାହିତ୍ୟ କୃତି ନିମନ୍ତେ ହେମନ୍ତ କୁମାର ରାଉତ, ମନ୍ମଥନାଥ ବରାଳ, ରତ୍ନାକର ମଳିକ, ରାମକୃଷ୍ଣ ଦାଶ, ସଞ୍ଜୟ ମଲିକ, ଭୀମସେନ ନାୟକ, ମେଜର ଭରତ ଚନ୍ଦ୍ର ଜେନା, ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ବରାଳ, ବ୍ୟଙ୍ଗକବି ଶ୍ରୀଧର କୁମାର ମହାନ୍ତି, ଶୁଭାଂଶୁ ଦାସ, ଅବନ୍ତୀ ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାବିତ ଇଶ୍ୱର ଚନ୍ଦ୍ର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କବି ଶୈଳଜାଶଙ୍କର ସାମଲ ସଭା ସଂଚାଳନ କରିଥିବା ବେଳେ ଗୋଲକ ବିହାରୀ ସେଠୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି, ସ୍ୱେଛାସେବୀ ଶଶି ପ୍ରସାଦ ମହାରଣା, ରାଜେନ୍ଦ୍ର ଲେଙ୍କା, ଲୋପିତା ପଲାଇ, ମଣ୍ଟୁଚରଣ ବେହେରା, କ୍ଷିରାବ୍ଧିତନୟା ମଲ୍ଲିକ, ତନିଷ୍କା ପ୍ରିୟାଦର୍ଶିନୀ ସ୍ୱାଇଁ ପ୍ରମୁଖ ସଂପୂର୍ଣ୍ଣ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ