ମିଳିତ ଅବକାରୀ ଚଢଉ : ବିପୁଳ ପରିମାଣର ମହୂଲ ପୋଚ ନଷ୍ଟ, ଦେଶୀମଦ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଜିଲ୍ଲାରେ ଥିବା ବିଭିନ୍ନ ଅବକାରୀ ଥାନା ଓ ପୋଲିସ ବାହିନୀ ପକ୍ଷରୁ ମିଳିତ ଚଢଉ କରାଯାଇଥିବାର ଜଣାପଡିଛି | ଏହି କ୍ରମରେ ଜିଲ୍ଲାର ଗୁରାଣ୍ଡୀ ଥାନା ଅନ୍ତର୍ଗତ ଗୋଷାଣୀ ବ୍ଲକ ଅନ୍ତର୍ଗତ ପରିଡା ଗ୍ରାମ ଠାରେ ମିଳିତ ଚଢଉ କରାଯାଇ ୧୬୦୦ଲିଟର ମହୁଲ ପୋଚକୁ ନଷ୍ଟ କରାଯାଇଥିବା ବେଳେ ୧୮୦ ଲିଟର ଚୋରା ଦେଶୀ ରନ୍ଧାମଦକୁ ଜବତ କରାଯାଇଥିବାର ଜଣାପଡିଛି | ସେହିପରି ଉଲ୍ଲେଖିତ ଥାନା ଅନ୍ତର୍ଗତ ଏସ୍.ରତ୍ନସିଂ ଗ୍ରାମ ଠାରେ ଚଢଉ କରାଯାଇ ୨୦୦୦ ଲିଟର ମହୁଲ ପୋଚକୁ ନଷ୍ଟ କରାଯାଇଥିବା ବେଳେ ୧୬୦ ଲିଟର ଦେଶୀ ରନ୍ଧାମଦକୁ ଜବତ କରାଯାଇଥିବାର ଜଣାପଡିଛି | ଏହି ଉଭୟ ଗ୍ରାମାଞ୍ଚଳରେ ପୃଥକଭ ଭାବେ ମିଳିତ ଅବକାରୀ ଚଢଉରେ ମୋଟ ୩୬୦୦ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୩୪୦ଲିଟର ଦେଶୀନଦକୁ ଜବତ କରିଥିବାର ସୂଚନା ପ୍ରଦାନ କରାଯାଇଛି | ଏହି ଚଢଉରେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣର ନବସ୍ମିତା ନାୟକ ପ୍ରମୁଖଙ୍କ ସହ ଅବକାରୀ କର୍ମଚାରୀ ଓ ଗୁରାଣ୍ଡି ପୋଲିସ ସାମିଲ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ