ଶିଶୁ ଯତ୍ନ ଅନୁଷ୍ଠାନର ଜୀବନ ଧାରଣପନ୍ଥା ଉପରେ ପରାମର୍ଶ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ଚାଲିଥିବା ୬ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ମଧ୍ୟରୁ ୨ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଜଗନ୍ନାଥ ନିକେତନ ଓ ପ୍ରାଉଡରେ ଶିଶୁ ସୁରକ୍ଷା ୟୁନିଟ ସହଯୋଗରେ ଜିଲ୍ଲା ନିଯୋଜନ କାର୍ଯ୍ୟାଳୟର ନିଯୋଜନ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଓ ଜାତୀୟ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ପ୍ରକଳ୍ପର କର୍ମୀ ବଳଭଦ୍ର ସେନାପତି ପ୍ରଶିକ୍ଷକ ଭାବେ ଯୋଗଦେଇ ଶିଶୁଙ୍କ ଭବିଷ୍ୟତ ଗଠନ ନିମନ୍ତେ କିପରି ରୋଜଗାରକ୍ଷମ ହୋଇପାରିବେ ସେ ବିଷୟରେ ଏକ ପରାମର୍ଶ ଶିବିର ଅନୁଷ୍ଠିତ କରାଯ।।ଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତି ପିଲାଙ୍କର ମତାମତ ଲୋଡାଯାଇଥିଲା ଯେ ସେମାନେ ଭବିଷ୍ୟତରେ କଣ କରିବାକୁ ଆଗ୍ରହୀ ଅଛନ୍ତି ଏବଂ ବର୍ତ୍ତମାନ କେଉଁ ବିଷୟ ଉପରେ ସେମାନଙ୍କର ଦକ୍ଷତା ଅଧିକା ସହଯୋଗ ଆବଶ୍ୟକ କରନ୍ତି । ଶିଶୁମାନଙ୍କର ମତାମତ ଶୁଣିଲା ପରେ ଶ୍ରୀ ତିପାଠୀ ଶିଶୁମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାହାରି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନମାନଙ୍କରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରୁ ନବମ ଶ୍ରେଣୀରୁ ଉର୍ଦ୍ଧ ପଢୁଥିବା ସମସ୍ତ ଶିଶୁ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ଅନ୍ୟ ଚାରିଗୋଟି ଅନୁଷ୍ଠାନରେ ଏହିପରି ଜୀବିକା ପରାମର୍ଶ ଶିବିର ଆୟୋଜନ କରାଯିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ସାମାଜିକ କର୍ମୀ ସତ୍ୟବାନ ସାହୁ ଓ ନରେଶ ନାୟକ ପରିଚାଳନା କରିଥିଲେ ।