କୃତ୍ତି ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ରାମକୃଷ୍ଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନାଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଶିକ୍ଷାବିତ ଗୌରାଙ୍ଗ ଚରଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ପୁର୍ବତନ ସହ ଗୋଷ୍ଠୀଶିକ୍ଷା ଅଧିକାରୀ ତଥା ସାହିତି୍ୟକ ଚତୁର୍ଭୁଜ ପହି, ସ୍ୱତନ୍ତ୍ର ଅତିଥି ଭାବେ ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା, ସମ୍ମାନୀତ ଅତିଥି ଭାବେ ଏବିଇଓ ଧନେଶ୍ୱର ଖଣ୍ଡେଇ, ସୁରେଶ କୁମାର ଜେନା, ପୁର୍ବତନ ଏବିଇଓ ଅମୁଲ୍ୟ କୁମାର ମିଶ୍ର, ନରୋତ୍ତମ ସତପଥି, ଶଶି ଭୂଷଣ ପୁହାଣ, ଗୟାଧର ମିଶ୍ର ପ୍ରମୁଖ ଯୋଗ ଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ଜେନା ଜଣେ ଆଦର୍ଶ ଶିକ୍ଷକ, ଦକ୍ଷ ସଂଗଠକ ଓ ଜଣେ ସମୟାନୁବର୍ତ୍ତିତା ଶିକ୍ଷକ ବୋଲି ମତବ୍ୟକ୍ତ କରିଥିଲେ । ସେ ଖଜୁରିଆବଣି, ପୁରୁଣାପାଣି, ନିଶାକର ନୋଡାଲ, ବରାଙ୍ଗ ପ୍ରାଥମିକ ବିଦ୍ୟାଳୟ ପରେ ରାମକୃଷ୍ଣପୁରରେ ଦୀର୍ଘ ୬ବର୍ଷ ହେଲା ଶିକ୍ଷକତା କରି ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପ୍ରୀୟପାତ୍ର ହୋଇପାରିଥିଲେ । ସେ ଦୀର୍ଘବର୍ଷ ପର୍ଯ୍ୟନ୍ତ ଶିକ୍ଷକ ସଂଘର ସଭାପତି ଭାବେ କାର୍ଯ୍ୟକରି ଶିକ୍ଷକ ମାନଙ୍କ ବହୁବିଧ ସମସ୍ୟାକୁ ସମାଧାନ କରିବାରେ ସଫଳ ହୋଇଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ତାଙ୍କୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ମୋହନ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିବାବେଳେ ବିଦ୍ୟାଳୟର ସହକାରୀ ଶିକ୍ଷକ ଧର୍ମପଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ଜେନାଙ୍କ ଅବସର ପରେ ଏହି ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଥିବାରୁ ଆଉ ଜଣେ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦେବାପାଇଁ ଗ୍ରାମବାସୀମାନେ ବିଇଓଙ୍କ ଦଅଷ୍ଟି ଆକର୍ଷଣ କରିଥିଲେ । ଶିକ୍ଷକ ସୁରେନ୍ଦ୍ର କୁମାର ରାଉତ, ରଙ୍ଗାଧର ମହୁରୀ, ବାସନ୍ତ କୁମାର ନାଇକ, ମଙ୍ଗଲ ହାଁସଦା, ରାବିନାରାୟଣ ଦାସ ମହାପାତ୍ର, ରବିନ୍ଦ୍ର ବିଶ୍ୱାଳ, ବ୍ରଜ ମୋହନ ଭୋଇ, ନିରୁପମା ସାହୁ, ଶତୃଘ୍ନ ମହାରଣା ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ ।


