ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବନ ମହୋତ୍ସବ ପାଳିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ ଜଳ ବିନା ସୃଷ୍ଟି ନାଶ, । କିନ୍ତୁ ଆଜି ସମାଜ ଜାଣିପାରୁନାହିଁ ସେ ଜଳ ଆସୁଛି କୋଉଠୁ ଓ ଜଳ ବୁନ୍ଦା ସୃଷ୍ଟି ହେଉଛି କିପରି। ତା ପଛରେ ଯଦି ଦେଖିବା ଗଛ, ବୃକ୍ଷ ଠାରୁ ହିଁ ଜାତ ହୋଇଥାଏ । ଆଜି ଏହି ବୃକ୍ଷ ପାଇଁ ଦିନ ଟିଏ ଉତ୍ସର୍ଗ କରିଛନ୍ତି ବାଲିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ। ବାଲିଗୁଡ଼ା ବନାଞ୍ଚଳ ର ଫରେଷ୍ଟର ମାନସ ରଞ୍ଜନ ସାହୁ, ବନବାସୀ ସେବା ସମିତିର ସହ ସଂପାଦକ ରବିନ୍ଦ୍ର କୁମାର ପଣ୍ଡା , ଅନୁଷ୍ଠାନ ର ସଂପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ ଶିଶୁ ମନ୍ଦିର ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚଦ୍ର ପଣ୍ଡା ,ଆଚାର୍ଯ୍ୟ  ବିଶ୍ଵନାଥ ସାହୁ ଓ ଆଚାର୍ଯ୍ୟ ଆଚାର୍ଯ୍ୟା  ଙ୍କ ସହଯୋଗ ରେ ବିଦ୍ୟାଳୟ ପରିସରରେ ଏକାଧିକ ବୃକ୍ଷ ରୋପଣ କରାଯାଇଛି । ଏହି ବୃକ୍ଷର ଉପକାରୀ ଓ ଔଷଧୀୟ ଗୁଣ ବିଷୟରେ ଆଲୋଚନା କରାଯାଇ  ଛାତ୍ର ଛାତ୍ରୀ ଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଉତ୍ସlହିତ କରାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ