ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଓଡ଼ିଶା ସରକାରଙ୍କ ମାନ୍ୟବର ଶ୍ରମ, ନିଯୁକ୍ତି ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଜୁଲାଇ ୧୧ ତାରିଖରେ ସ୍ୱାଗତ କରିବା ସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ବୁଗୁଡା ବ୍ଲକର ପୋଚାଲୁଣ୍ଡି, ବିଷ୍ଣୁଚକ୍ର, ଘୋଡାପଡା, ଡେଙ୍ଗାପଦର, କାଦପଡା, ସୁନାକେରା, ମାଣିକ୍ୟପୁର, ଅନ୍ତରପଡା, ମାଣିବନ୍ଧ, ବେଲପୁର, ଗୌଡିଆବୋରଦା, କାନସୁକା, ଡାକରାବାଡ଼ି, ମୋଟାବାଡ଼ି ଓ ଖୋଳଖାଳି ଗ୍ରାମ ଗୁଡ଼ିକର ଜନସାରଣ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ବିରାଟ ପଟୁଆରରେ ପାଛୋଟି ନେବା ସହ ଗ୍ରାମ ମଧ୍ୟରେ ପୁଷ୍ପମାଲ୍ୟ, ପୁଷ୍ପଗୁଚ୍ଛ, ଓ ଉପଢୌକନ ପ୍ରଦାନ କରି ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ପ୍ରସିଦ୍ଧ ଶାଙ୍କୁଳେଇ ମନ୍ଦିରକୁ ଯାଇ ମା’ଙ୍କୁ ଦର୍ଶନ କରିଥିଲେ। ମା’ ଶାଙ୍କୁଳେଇ ପୀଠରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶ୍ରୀ ସାହୁ ଶୁଭାରମ୍ଭ କରିଥିଲେ । କାଦପଡା ଗ୍ରାମରେ କୋଠଗୃହ ଓ ଗୌଡିଆବୋରଦାରେ କମ୍ୟୁନିଟି ସେଣ୍ଟର କୁ ଉଦଘାଟନ କରିଥିଲେ। କାଦପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ମନ୍ତ୍ରୀ ମହୋଦୟଙ୍କୁ ସମ୍ବର୍ଦ୍ଧନା ଦେବା ସହ ଅଭାବ ଅସୁବିଧା ଜଣାଇଥିଲେ। ବିଭିନ୍ନ ଗ୍ରାମରେ ବିଜେଡି କର୍ମୀ ସମ୍ମିଳନୀରେ ମଧ୍ୟ ଯୋଗଦେଇଥିଲେ । ପଙ୍କଳବାଡି ଗ୍ରାମର ଖଲି ରଣା ବିଷଧର ସର୍ପ ଦଂଶନରେ ମୃତ୍ୟୁ ବରଣ କରିଥିଲେ । ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ସାଂସଦ ପ୍ରତିନିଧି ବସନ୍ତ କୁମାର ଦଳାଇ, ଜିଲ୍ଲା ଛାତ୍ର ବିଜେଡି ସଭାପତି ହର ପ୍ରସାଦ ମହାପାତ୍ର, ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ଏବଂ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ