ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ବୈଠକ ନିଷ୍ପତ୍ତି ଅନୁଯାୟୀ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟ ଅଶୋକ ନଗର ଭୁବନେଶ୍ୱରଠାରେ ବିଧିବଦ୍ଧଭାବରେ ସାଧାରଣସଭା, କେନ୍ଦ୍ରୀୟ ପରିଷଦ ବୈଠକ ଓ ଆଗାମୀ ୩ବର୍ଷ ପାଇଁକେନ୍ଦ୍ରୀୟ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟ ସମ୍ପାଦନ କରାଯାଇଛି । ସଭାପତି ପ୍ରସନ୍ନକୁମାର ନନ୍ଦ ଅସୁସ୍ଥ ଓ ଶଯ୍ୟାଶାୟୀ ଥିବାରୁ ତାଙ୍କର ଅନୁମତିକ୍ରମେ ଉପ-ସଭାପତି ବିଚିତ୍ରାନନ୍ଦ ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମ୍ମତିକ୍ରମେ କାର୍ଯ୍ୟ ଅନୁଷ୍ଠିତହେଲା । ମଧୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ଦୀପ ପୂଜାର୍ଚ୍ଚନା ପରେ ସଭାପତି, ଉପ-ସଭାପତି ଓ ଅତିଥିମାନେ ମଞ୍ଚାସୀନ ହୋଇଥିଲେ । ପାରମ୍ପରି କଢ଼ଙ୍ଗରେ ସମବେତ ସମସ୍ତ କର୍ମକର୍ତ୍ତା, ସଦସ୍ୟବୃନ୍ଦ ସାବଧାନ ସହକାରେ ଦଣ୍ଡାୟମାନ ହୋଇ ଓଡ଼ିଆ ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ ସୌଦାମିନୀ ସାମନ୍ତରାୟ ଏବଂ ତାଙ୍କ ସାଥୀ । ପରେ ସମ୍ପାଦକୀୟ ବିବରଣୀ ପାଠକରିଥିଲେ ସାଧାରଣ ସମ୍ପାଦକ ଡ. ରବି ରଞ୍ଜନ ସାହୁ । ଆୟ-ବ୍ୟୟବିବରଣୀ ପାଠକରିଥିଲେ କୋଷାଧ୍ୟକ୍ଷା ବାସନ୍ତୀ ସିଂ । ଉଭୟ ବିବରଣୀ ସର୍ବ ସମ୍ମତିକ୍ରମେ ଗୃହୀତହେବାପରେ ମଞ୍ଚାସୀନ ଉପ-ସଭାପତି ପ୍ରଫେସର ଡ. ସୁରେନ୍ଦ୍ର ମୋହନ ମିଶ୍ର, ବିଚିତ୍ର କୁମାର ବଡ଼ଜେନା, ପୁରୁଷୋତ୍ତମ ବିଶ୍ୱାଳ ଓ ବିଭିନ୍ନ ଶାଖାରୁ ଆସିଥିବା ଅତିଥି, ସଭାପତି ଏବଂ କର୍ମକର୍ତ୍ତାମାନେ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ । ସମାନ୍ତରାଳ ଭାବରେ ନିଜକୁ ସଭାପତି ବୋଲାଉଥିବା ଡ଼. ଅଦ୍ୱୈତ କୁମାର ପାତ୍ରଙ୍କର ଅନୁଷ୍ଠାନ ବିରୋଧୀ କାର୍ଯ୍ୟକଳାପକୁ ସମସ୍ତେ ନିନ୍ଦାକରି ତୁରନ୍ତ ସେ ଏହି ବେନିୟମ କାର୍ଯ୍ୟରୁ ବିରତ ରହି ସାଧାରଣ ସମ୍ପାଦକ ଥିବାବେଳେ କାର୍ଯ୍ୟଳୟ ଗୃହରୁ ନେଇଯାଇଥିବା ସମସ୍ତ ଆସବାବପତ୍ର ଓ ବ୍ୟାଙ୍କ ଚେକ୍‌ ବହି ଇତ୍ୟାଦି କାର୍ଯ୍ୟାଳୟ ଗୃହରେ ଦାଖଲ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ବିଗତ ବର୍ଷରେ ଅନ୍ୟୁନ ୧୨କୋଟି ଟଙ୍କା ସେଉତ୍କଳ ସମ୍ମିଳନୀ ଆକାଉଣ୍ଟରୁ ଉଠାଇ ମନମୁଖୀ ଯେଉଁ ଖର୍ଚ୍ଚ କରିଛନ୍ତି ତାରହିସାବ ଓ ଅଡ଼ିଟ୍‌ରି ପୋର୍ଟ ତୁରନ୍ତ ପ୍ରଦାନ କରନ୍ତୁ ବୋଲି ପ୍ରସ୍ତାବ ପାରିତ ହୋଇଥିଲା । ଏହାପରେ ଉପସ୍ଥିତ ସାଧାରଣ ସଦସ୍ୟମାନେ ଉପସ୍ଥିତ ପରିଷଦ ସଦସ୍ୟମାନଙ୍କୁ ଅନୁମୋଦନ କରିବାପରେ, ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ଆଗାମୀ ୩ବର୍ଷ ପାଇଁକେନ୍ଦ୍ରୀୟ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ନିର୍ଦ୍ଦେଶକଡ଼. ସୁବ୍ରତ ପୃଷ୍ଟି ନିର୍ବାଚନ ଅଧିକାରୀଭାବ ଯୋଗଦାନ କରି ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ । ସର୍ବସମ୍ମତ୍ତିକ୍ରମେ ବିଭୁତି ମିଶ୍ର-ସଭାପତି ଓ ଉପ-ସଭାପତିଭାବେ ବିଚିତ୍ରାନନ୍ଦ ସାହୁ, ପ୍ରଫେସରଡ଼. ସୁରେନ୍ଦ୍ ରମୋହନ ମିଶ୍ର, ଡ. ରବିରଞ୍ଜନ ସାହୁ, ପ୍ରଫେସର ନନ୍ଦ କିଶୋର ପରିଡ଼ା, ବିଶ୍ୱେଶ୍ୱର ମହାନ୍ତି, ବିଣାପାଣୀ ପଣ୍ଡା, ଗଜାନନ ମିଶ୍ର ନିର୍ବାଚିତ ହୋଇଥିଲେ । ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ ଅଧିବକ୍ତା ବିଚିତ୍ର କୁମାର ବଡ଼ଜେନା । ସମ୍ପାଦକ ଭାବରେ ବାସନ୍ତି ସିଂ (ଭୁବନେଶ୍ୱର), ପ୍ରଦୀପ କୁମାର ରାଉତରାୟ (ସୁନ୍ଦରଗଡ଼), ଇଂସଞ୍ଜୟକୁମାର ପଣ୍ଡା (ବୌଦ୍ଧ), ବିଷ୍ଣଉପଦ ସିଂହଦ (ସିଂହଭୂମି), ବୀଣାପାଣି ଚୌଧୁରୀ – ଭୁବନେଶ୍ୱର, ହରପ୍ରସାଦ ଖାଡ଼ଙ୍ଗା (ମାଲକାନାଗିରି) ଓ ପ୍ରକାଶଚନ୍ଦ୍ର ମହାପାତ୍ର (ଭଦ୍ରକ) ଏବଂ କୋଷାଧ୍ୟକ୍ଷଭାବେ ସୌଦାମିନୀ ସାମନ୍ତରାୟ ନିର୍ବାଚିତ ହୋଇଥିଲେ । ସଭାପତିଙ୍କ ପ୍ରତିନିଧି ଭାବରେ ପ୍ରଫେସର ପ୍ରଫୁଲ କୁମାର ପରିଡ଼ା, ସୁଶ୍ରୀ ବାସନ୍ତୀ ତ୍ରିପାଠୀ ମନୋନୀତ ହୋଇଥିବାବେଳେ ୩୦ଟି ଜିଲ୍ଲାରୁ ଜିଲ୍ଲା ପ୍ରତିନିଧିମାନେ ମନୋନୀତ ହୋଇଥିଲେ । ଏହାପରେ ନିର୍ବାଚନ ଅଧିକାରୀ ଡ. ସୁବ୍ରତ ପୃଷ୍ଟି ନିର୍ବାଚନ ପ୍ରକ୍ରିୟା ନିରପେକ୍ଷ ଓ ଅବାଧ ଭାବରେ ସମ୍ପାଦିତ ହୋଇଥିବା ଘୋଷଣା କରିବା ପରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସ୍ୱାଗତ ଓ ବିଦାୟୀ କର୍ମକର୍ତ୍ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇ ସଭା ସାଙ୍ଗ କରାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ