ଉପୁଡିଲା ଗଛ ଅଳ୍ପକେ ବର୍ତ୍ତିଲେ ଶହଶହ ଛାତ୍ରଛାତ୍ରୀ : ଜଣେ ଛାତ୍ରୀ ଅଚେତ 

ହାଟଡିହି, (ବିକାଶ ବିଶ୍ୱାଳ) :-ମୁଗୁପୁର ହାଇସ୍କୁଲ ସମ୍ମୁଖରେ ଥିବା ଏକ ବିରାଟକାୟ ଗଛ ଉପୁଡି ପଡିଥିବାବେଳେ ବିଦ୍ୟାଳୟର ଶହଶହ ଛାତ୍ରଛାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଜଣେ ଛାତ୍ରୀ ଅଚେତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଆଜି ଅପରାହ୍ନ ୪ଟାବେଳେ ସ୍କୁଲ ଛୁଟି ହେବା ସମୟରେ ବର୍ଷା ପବନ ହେବାରୁ ମୁଗୁପୁର ହାଇସ୍କୁଲ ସମ୍ମୁଖସ୍ଥ ତାରିଣୀ ଶାଳ ନିକଟରେ ଥିବା ଏକ ଗଛ ଉପୁଡି ପଡିଥିଲା । ସୌଭାଗ୍ୟ ବସତଃ ଛାତ୍ରଛାତ୍ରୀ ମାନେ ଏକ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଦୁଇଗୋଟି ସାଇକେଲ ଭାଙ୍ଗିଥିବା ଜଣାଯାଇଛି । ଗଛ ଉପୁଡିପଡିବା ଦେଖି ଜଣେ ଦଶମ ଶ୍ରେଣୀର ଛାତ୍ରୀ ଅଚେତ ହୋଇଯିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗଛ ଉପୁଡିବା ଦ୍ୱାରା କିଛି ବିଦୁ୍ୟତ ଖୁଣ୍ଟ ଭାଙ୍ଗି ପଡିଥିବାବେଳେ ବିଦୁ୍ୟତ ତାର ଛିଣ୍ଡିପଡି ରାସ୍ତା ଉପରେ ପଡି ରହିଛି । ଖବରପାଇ ହାଟଡିହି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଗଛକୁ କାଟି ରସ୍ତା ସଫା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ