ରାସ୍ତା କାଦୁଅରେ ଭରପୁର :  ଘରୁ ବାହାରି ପାରୁ ନାହାନ୍ତି ଲୋକେ 

ହାଟଡିହି, (ବିକାଶ ବିଶ୍ୱାଳ) :-ନୁଆରମ୍ପାସ ସାହି ରାସ୍ତାଟି କାଦୁଅରେ ଭରପୁର ହୋଇଯାିଥିବାରୁ ଲୋକମାନେ ଘରୁ ବାହାରି ପାରୁ ନାହାନ୍ତି । ଏପରିକି ଏହି ରାସ୍ତାଟି ଉପରେ ବଡରମ୍ପାସ ଓ ନୁଆ ରମ୍ପାସ ଗ୍ରାମର ଶହଶହ ଲୋକ ଚାଷବାଷ ପାଇଁ ବ୍ୟବହାର କରୁଥିବାବେଳେ ଲୋକମାନେ ଯାତାୟତ ପାଇଁ ନାନା ଅସୁବିଧା ଭୋଗ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାିଛି ଯେ ନୁଆ ରମ୍ପାସରୁ କେନାଲ  ବନ୍ଧକୁ ଯିବାକୁ ଏହି ରାସ୍ତାଟି ଉପରେ ଗତ କିଛିବର୍ଷ ଧରି ଅନୁଦାନ ଖର୍ଚ୍ଚ ହେଉଥିଲେବି ରାସ୍ତାଟିର ଉନ୍ନତି ହୋଇପାରୁ ନାହିଁ । ପଞ୍ଚାୟତ ଓ ବ୍ଲକ ପକ୍ଷରୁ ବାରମ୍ବାର ବିଭିନ୍ନ ଯୋଜନାରେ ଅନୁଦାନ ଖର୍ଚ୍ଚ କରାଯାଉଛି ହେଲେ ତାହା ଦିନ କେଇଟା ମଧ୍ୟରେ ପୁର୍ବ ଅବସ୍ଥାକୁ ଫେରି ଆସୁଛି । ରାସ୍ତାର ଉଭୟ ପାଶ୍ୱର୍ରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଜଳନିସ୍କାସନ ହୋଇ ନପାରି ରାସ୍ତାଟିର ଅବସ୍ଥା ଏପରି ହେଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ରାସ୍ତାର ଅବସ୍ଥା ସମ୍ପର୍କରେ ମୁଁ ଜାଣିଛି । ଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଏବେ ଅତିଶୀଘ୍ର ରାସ୍ତା ମରାମତି କରି ଯାତାୟତରେ ସୁବିଧା କରାଇବୁ । ବର୍ଷାଦିନ ପରେ ଏହି ରାସ୍ତାକୁ କଂକ୍ରିଟ କିମ୍ବା ସବୁଦିନିଆ ରାସ୍ତା ଭାବେ ନିର୍ମାଣ କରିବାକୁ ଯୋଜନା ରହିଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ