ତହସିଲଦାରଙ୍କ ଦ୍ୱାରା ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବଦ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ତହସିଲଦାରଙ୍କ ଦ୍ୱାରା ଦୁଇଦିନ ଭିତରେ ଦୁଇଗୋଟି ବେ ଆଇନ ବାଲି ବୋଝେଇ ଟ୍ରାକ୍ଟର ଜବଦ କରାଯାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ବିଭିନ୍ନ ବାଲି ଘାଟରୁ ବେଆଇନ ଭାବେ ବାଲି ପରିବହନ ହେଉଥିବାବେଳେ ହାଟଡିହି ତହସିଲଦାର ଦିଲ୍ଲିପ କୁମାର ସାହୁ ବିଭିନ୍ନ ସ୍ଥନରେ ଚଢ଼ାଉ ଜାରି ରଖିଛନ୍ତି । ଗତକାଲି ଗୋଟିଏ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବଦ କରି ତା ନିକଟରୁ ୩୦ହଜାର ୩୦୧ଟଙ୍କା ଜୋରିମାନା ଆଦାୟ କରିଥିବାବେଳେ ଆଜି ମଠଡାହି ନିକଟରୁ ଆଉ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଗୋଡେଇ ଗୋଡେଇ ଧରିବାରେ ସଫଳ ହୋଇଛନ୍ତି । ଜବଦ ଟ୍ରାକ୍ଟରକୁ ନନ୍ଦିପଦା ପୁଲିସ ଜିମା ଦିଆଯାଇଥିବା ଜଣାଯାଇଛି ।