ମଧୁ ବାବୁଙ୍କୁ ଭାରତରତ୍ନ ଦାବି, ଚେନ୍ନାଇରେ ଦସ୍ତଖତ ଅଭିଯାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ମରଣୋତର ଭାରତ ରତ୍ନ ପ୍ରଦାନ ଦାବିରେ ଚେନ୍ନାଇ ସହରରେ ବାସ କରୁଥିବା ବହୁ ଓଡ଼ିଆ ମୁରବୀ ମାନଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି । ମଧୁବାବୁଙ୍କୁ ସ୍ମରଣରେ ଏନେଇ ଏକ ଆଲୋଚନା ଚକ୍ର ମଧ୍ୟ ଓଡ଼ିଶା ଭବନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଚେନ୍ନାଇରେ ବାସ କରୁଥିବା ଶତାଧିକ ଓଡ଼ିଆ ଓ ଆଇନଜୀବୀଙ୍କ ସ୍ୱାକ୍ଷର ସଂଗ୍ରହ କରାଯାଇଥିଲା । ଫୋରମର ଆବାହକ ଡ. ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେଠାରେ ଥିବା ଜଗନ୍ନାଥ ମନ୍ଦିରଠାରେ ଓଡ଼ିଆ ମୁରବୀ ତଥା ମନ୍ଦିର ଟ୍ରଷ୍ଟି ବିଭୂତି ବିଶୋଇ, ସ୍ୱାଧିନ ପଟ୍ଟନାୟକ, ଗଦାଧର ଦାସ, ରାଜକିଶୋର ନାୟକ, ଡ. ଅମରେନ୍ଦ୍ର ମହାନ୍ତି, ପବିତ୍ର ମୋହନ ମାଝି, ପ୍ରତାପ ସିଂ ମିଶ୍ର, ଶାନ୍ତନୁ ଜେନା, ଦିପାଞ୍ଜଳି ନାୟକ ପ୍ରମୁଖ ସାମିଲ ହୋଇଥିଲେ । ପ୍ରକାଶ ଥାଉକି, ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ତିରୂପତି, କୋଳକତା, ଆଣ୍ଡାମାନ, ବେଙ୍ଗାଲଉର୍‌, ପଞ୍ଜାବ, ଉତରପ୍ରଦେଶ, ଉତରାଖଣ୍ଡ, ସମେତ ୯ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି । ଏଥି ସହ ରାଜ୍ୟର ବିଭିନ୍ନ ଓକିଲ ସଂଘ ସହଯୋଗରେ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲୁ ରହିଛି । ୧ଲକ୍ଷ ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ ହେବ ବୋଲି ସଂଯୋଜକ ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ