ମା’ଦୁର୍ଗା ରଜତ -ଜ୍ୟୋତି ପ୍ରଡକ୍ସନ ତରଫରୁ ଦିତୀୟ ଫିଲ୍ମର ଟାଇଟଲ ଘୋଷଣା
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଓଲିଉଡ଼ରେ ନବାଗତ ସିନେମା ନିର୍ମାତା ଭାବେ ପାଦ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମାଟିର ରଜତ-ଜ୍ୟୋତି ଯୋଡ଼ି । ପ୍ରଥମ ଫିଲ୍ମ ଅଧୁରା ପ୍ରେମ କାହାଣୀ ଯାହାକି ଅଳ୍ପ ଦିନ ତଳେ ଭୁବନେଶ୍ୱରରେ ସୁଟିଂ ର ଶୁଭ ମୁହୁରତ୍ ଅନୁଷ୍ଠିତ ହୋଇଥିଲା । ଏହାର ସୁଟିଂ ଜୋରଦାର ଚାଲିଛି । ନବାଗତ ପ୍ରଯୋଜକ ଯୋଡ଼ି ରଜତ-ଜ୍ୟୋତି ଆଉ ପଛକୁ ଅନାଉ ନାହାନ୍ତି । ନୂତନ ସିନେମା ନିର୍ମାଣ ସୁଟିଂ ଚାଲୁଥିଲି ବେଳେ ଆଉ ଗୋଟିଏ ନୂତନ ସିନେମା ନିର୍ମାଣ ପାଇଁ ସ୍ବପ୍ନ ଦେଖି ତାକୁ ସାକାର କରିବା ପାଇଁ ପାଦ ଆଗକୁ ବଢେଇଲେଣି । ଭୂବନେଶ୍ୱରରେ ପ୍ରଥମ ସିନେମା ସୁଟିଂ ଚାଲିଥିବାବେଳେ ଓଡିଶାର ସୁନାମଧନ୍ୟ ସିନେ କଳାକାର ଶ୍ରୀତମ ଦାସ, ପୁନମ ମିଶ୍ର, ସୂର୍ଯ୍ୟମୟୀ ମହାପାତ୍ର ଏବଂ ଅନ୍ୟ କଳାକାରମାନଙ୍କ ଉପସ୍ଥିତିରେ ଦିତୀୟ ସିନେମାର ଟାଇଟଲ ଘୋଷଣା କରିଥିଲେ । ଆଗାମୀ ଦିତୀୟ ଫିଲ୍ମ ହ୍ବାଟସ ଅପ୍ ର ନାମ କରଣ ହେଲା ଘୋଷଣା ହୋଇଥିଲା । । ସମସ୍ତ କଳାକାର ଟାଇଟଲର ନାମ ଘୋଷଣା ଶୁଣି ଅତି ଆନନ୍ଦିତ ହୋଇଥିଲେ । ଟାଇଟେଲଟି ସମସ୍ତଙ୍କ ମନକୁ ଛୁଇଁ ଥିଲା । ମିଷ୍ଟା ବଣ୍ଟନ କରାଯାଇ ସମସ୍ତେ ଆପ୍ୟାୟିତ ହୋଇଥିଲେ । ଯୁବ ସିନେ ନିର୍ମାତା ଯୋଡ଼ି ରଜତ-ଜ୍ୟୋତିଙ୍କ ଧୈର୍ଯ୍ୟ, ସାହସିକତା, ଉତ୍ସାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୁଦୂର ପଛୁଆ ଦୁର୍ଗମ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରକୁ ଯାଇ ଭୂବନେଶ୍ଵର ଭଳି ରାଜଧାନୀ ସହରରେ ନିଜର ଚେଷ୍ଟା, କଠିନ ପରିଶ୍ରମ କରି ସିନେମା ଭଳି ଏକ କଷ୍ଟସାଧ୍ୟ ଶିଳ୍ପରେ ପାଦ ଦେଇ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଉଦ୍ୟମ , ପ୍ରଚେଷ୍ଟା, କାମ କରିବା ତରିକା, ସାହସ, ଧୈର୍ଯ୍ୟକୁ ନେଇ ସମଗ୍ର ମୟୂରଭଞ୍ଜବାସୀ ଖୁସି ଓ ଆନନ୍ଦିତ ହୋଇଛନ୍ତି । ବିଶେଷତ୍ଃ ବାମନଘାଟୀ, ରାଇରଙ୍ଗପୁର ବାସୀଙ୍କ ଖୁସି ଓ ଆନନ୍ଦ ନ କହିଲେ ସତରେ । ଭଗବାନ ରଜତ-ଜ୍ୟୋତିଙ୍କ ଚଲାପଥ କୁସୁମିତ କରନ୍ତୁ । ଆଗକୁ ଆହୁରି ନୂଆ ନୂଆ ସିନେମା ନିର୍ମାଣ କରି ସ୍ଥାଣୁ ଓ ସୁପ୍ତ ହୋଇ ଯାଇଥିବା ଓଲିଉଡ କୁ ପୁଣି ଉଜ୍ଜିବୀତ ଓ ଚଳଚଂଚଳ କରନ୍ତୁ ବୋଲି ଅଂଚଳବାସୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।


