ଉପକୃତ ହେବେ ଚାଷୀ : ଚାଷୀଙ୍କୁ ସାହା ହେଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଉପାନ୍ତ ଅଞ୍ଚଳର ଚାଷୀଙ୍କ ପାଇଁ ସାହା ହେଲା ଜିଲ୍ଲା ପ୍ରଶାସନ।ସରକାରଙ୍କ ଦ୍ଵାରା ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଏକାଧିକ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମି ଯୋଗାଇଦେଇଛନ୍ତି ସରକାର । ହେଲେ ନିର୍ମାଣ କାର୍ଯ୍ୟ ସରିବା ପରେ ଏହି ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି(ଆରଏମସି) ବିଲଡିଂ ବନ୍ଦ ରହିଥିଲା । ସମ୍ପ୍ରତି କିଛି ବର୍ଷ ହେଲା ସମସ୍ୟା ନେଇ ଗତି କରୁଥିଲେ ଚାଷୀ।ହେଲେ ଚାଷୀଙ୍କ ସମସ୍ୟାର ସମାଧାନ ବାଟ ଦେଖାଇଛି ଜିଲ୍ଲା ଓ ବ୍ଲକ ପ୍ରଶାସନ।ଚାଷୀମାନଙ୍କ ଉଦ୍ଧେଶ୍ୟରେ ନିର୍ମାଣ ଆରଏମସି ବିଲଡିଂ ବନ୍ଦ ଥିବା ନେଇ ଚାଷୀମାନେ ଠକାମୀର ଶିକାର ହେଉଥିବା ସହ ଚାଷୀଙ୍କ ଅମଳ ପନିପରିବା ନଷ୍ଟ ହେଉଥିବା ଦେଖିବାକୁ ମିଳିଥିଲା । ପରେ ଜିଲ୍ଲା ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଗଲା । ଏହାପରେ ଚାଷୀଙ୍କ ଦୁଃଖ ଦୂର କରିବାକୁ ଗୁରୁବାର ଗୁମ୍ମାରେ ସାପ୍ତାହିକ ହାଟ ହେଉଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ନିୟନ୍ତ୍ରିତ ବଜାର କମିଟି ଠାରେ ଚାଷୀଙ୍କ ଫୋସଲ ସହଜରେ ବିକ୍ରୀ କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି ସମ୍ପାଦକ ଏଲ ରଘୁ ବାବୁ,ଜଗଦୀଶ ପଣ୍ଡା ଓ ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାସ, ଦିଲୀପ କୁମାର ଡ଼ିଙ୍ଗାଲଙ୍କ ମିଳିତ ଆନୁକୂଲ୍ୟରେ ଏଠାରେ ଚାଷୀଙ୍କ ଠାରୁ ପନିପରିବା ସୋପୁରୀ ଓ ଲେମ୍ବୁ ଉପଯୁକ୍ତ ଦରରେ ବିକ୍ରି କରାଯାଇଛି । ଏହି ନିୟନ୍ତ୍ରିତ ବଜାର କମିଟି ଠାରେ ପ୍ରତି ଦିନ ଚାଷୀଙ୍କ ଅମଳ ଉତ୍ପାଦନ ପନିପରିବା କିଣାଯିବା ସହ ଚାଷୀଙ୍କ ଅମଳ ଫୋସଲ ଗୋଦାମ ଗୃହରେ ରଖିବା ବ୍ୟବସ୍ଥା କରାଯାଇଛି।ସମୟ ଅନୁସାରେ ଅଞ୍ଚଳର ସମସ୍ତ ଫୋସଲ ବିକ୍ରି କରାଯିବ। ପ୍ରଥମ ଦିନରେ ୩ଟୋନ ସୋପୁରୀ ଓ ୨ଶହ କିଲୋ ଲେମ୍ବୁ ସରାଞ୍ଚଳ ବେପାରୀ ମାନେ କିଣିଥିବା ଜଣାପଡ଼ିଛି । ଏହି ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ସରାଞ୍ଚଳର ବଡ଼ ବଡ଼ ବେପାରୀ ମାନେ ଅଞ୍ଚଳର ଉତ୍ପାଦନ ଫୋସଲ ଆମ୍ବ,ତେନ୍ତୁଳି, ଲେମ୍ବୁ,ସପୁରୀ,ପଣସ,କାଜୁ ଓ ମହୁଲକୁ ଉପଯୁକ୍ତ ସରକାରୀ ଦର କିଣିବେ। ଯାହାଦ୍ୱାରା ଗୁମ୍ମା ବ୍ଲକର ଅନେକ ଅଞ୍ଚଳର ସେରଙ୍ଗ,ଅଜୟଗଡ଼,ତୁମୁଲ, ଭୁବନି,କଳାକଟ,ତରଭା ଓ ଗୁମ୍ମା ପଞ୍ଚାୟତର ଅନେକ ଚାଷୀମାନେ ଉପକୃତ ହେବେ। ଯାହାଫଳରେ ଚାଷୀମାନେ ଉପଯୁକ୍ତ ଦୋରର ଲାଭବାନ ହେବା ସହ ଠକାମୀର ଶିକାରରୁ ବୋଞ୍ଜିତ ହେବେ।ଏନେଇ ଚାଷୀଙ୍କୁ ସଚେତନତା କରିବା ସହ ହାଟ ଓ ପ୍ରତେକ ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇ । ବର୍ତ୍ତମାନ ଆଦିବାସୀଙ୍କ ବନ୍ୟାଜାତ ଫୋସଲ ମାଣ୍ଡିଆ,ଝାଡ଼ୁ ବଣକନ୍ଦା, କୋନ୍ଦୁମୂଳ,ବୋଇତାଳୁ ଓ ପୁଷ୍ଟିକର ଶାଗ ଜୌବିକ ପଦ୍ଧତିରେ ପ୍ରସ୍ତୁତ ଆଦି ବନିପରିବା ସରାଞ୍ଚଳରେ ବିକ୍ରି ହେବ ବୋଲି କହିଛନ୍ତି ଏଲ ରଘୁ ବାବୁ।ଏହି କାର୍ଯ୍ୟକ୍ରମରେ ଏନେଇ ଚାଷୀ ନୋହର ଗମାଙ୍ଗ,ଏଲିଓ ରଇତ,ଦେବୀନ ଭୂୟାଁ, ସୁନିତା ଗମାଙ୍ଗ,ଏଲିଜିଆର ଶବର ଓ ମିନିତା ଶବର ଆଗାମୀ ଦିନରେ ଅଧିକା ବନିପରିବା ଚାଷ କରିବାକୁ ଲକ୍ଷ୍ଯ ରଖିଛନ୍ତି ଏବଂ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏହି କାର୍ଯ୍ୟକ୍ରମକୁ ମାର୍କେଟ ଗାର୍ଡ ସନ୍ତୁନୁ ବେହେରା,ପ୍ରମୋଦ କୁମାର ରାଜୁ,ହରେକୃଷ୍ଣ ଚୌଧୁରୀ,ଏମ ଶ୍ରୀନିବାସ ଓ ବିଶ୍ଵନାଥ ସାହୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ