ଜିଲ୍ଲାପାଳ ଓ ଅତିରିକ୍ତ ଶାସନ ସଚିବଙ୍କ ବୈତରଣୀ କେନାଲ ପରିଦର୍ଶନ 

ହାଟଡିହି, (ବିକାଶ ବିଶ୍ୱାଳ) :-ଅତିରିକ୍ତ ଶାସନ ସଚିବ ଅନୁଗର୍ଗ ଓ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଆଜି ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନାରେ ଚାଲିଥିବା କେନାଲ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବା ସହିତ ଜଳସମ୍ପଦ ବିଭାଗର ଇଆଇସି ବିଜୟ କୁମାର ମିଶ୍ରଙ୍କ ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ସେମାନେ ଢ଼େଙ୍କା, ବିଦ୍ୟାଧରପୁର, ଛେନାପଦି ଆଦି ସ୍ଥାନରେ କେନାଲ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ତାଙ୍କ ସହିତ ଆନନ୍ଦପୁର ଉପଜିଲ୍ଲାପାଳ ଓ ହାଟଡିହି ତହସିଲଦାର ଙ୍କ ସମେତ ଜଳସମ୍ପଦ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏଠାରେ ସୁଚନାଯୋଗ୍ୟ ଯେ କେନାଲ ନିର୍ମାଣର ଅବଧି ସରି ଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଆଜି ପର୍ଯ୍ୟନ୍ତ କେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି ଓ ଆଉ କିଛି ସ୍ଥାନରେ ଅଧାପନ୍ତରିଆ ଭାବେ ପଡି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ