ଚେନ୍ନାଇ-ହାବଡା ଚଳନ୍ତା ଟ୍ରନରେ ଖଣ୍ଡଯୁଦ୍ଧ ଜଣେ ମୃତ୍ୟୁ : ଆସାମୀ ଅଟକ
ଗଂଜାମ, (ବିନୋଦ ପଲାଇ) :-ପରକିୟା ପ୍ରତୀକୁ ନେଇ ଚେନ୍ନାଇ-ହାବଡା ଚଳନ୍ତା ଟ୍ରେନରେ ଖଣ୍ଡଯୁଦ୍ଧ ହେବାସହ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ , ଗଞ୍ଜାମ ରେଳଷ୍ଟେସନ ଠାରେ ଆସାମୀକୁ ନିଜ ଅକ୍ତିଆର କୁ ନେଇଛି ପୋଲିସ। ଯାହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇପଡିଥିଲେ । ପଶ୍ଚିମବଙ୍ଗର ବାହାଦରପୁର ଗ୍ରାମର ଶୁଭଦ ଗୁରାଇଙ୍କ ପୁଅ ରାଜୀବ ଗୁରାଇ ତାଙ୍କ ସ୍ତ୍ରୀ ବନ୍ଦନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଶଶୁର ପଲଙ୍ଗ ଗୁରାଇଙ୍କ ସହ ସାତଦିନ ପୂର୍ବେ ଚେନ୍ନାଇ ଯାଇଥିଲେ। ସାଙ୍ଗରେ ଉକ୍ତ ଗ୍ରାମ ଠାରୁ ସତରପୁର ଗ୍ରାମର ଅସ୍ମିତ ଗୁରାଇ ବି ଚେନ୍ନାଇ ଯାଇଥିଲେ । ଚେନ୍ନାଇରେ ସ୍ୱାସ୍ଥ୍ୟପରୀକ୍ଷା ସମୟରେ ଏକ ଲଡଜ଼ରେ ରାଜୀବୀଙ୍କ ସ୍ତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଏପରିକି ସ୍ୱାମୀ ରାଜୀବ କହିବା ଅନୁଯାୟୀ ମୁଁ ମେଡ଼ିକାଲ ରେ ଚିକିତ୍ସାଧୀନ ଥିବା ସମୟରେ ଅସ୍ମିତ ମୋର ସ୍ତ୍ରୀକୁ ଚେନ୍ନାଇର ବିଭିନ୍ନ ସ୍ଥାନକୁ ବୁଲାଇ ନେବା ଓ ଲଜ ଭିତରେ ଦୁହେଁ ଅସଂଯତ ଅବସ୍ଥାରେ ଥିବା ସମୟରେ ଦେଖି ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଚେନ୍ନାଇରେ ବାକତୁଣ୍ଡ ହୋଇଥିଲା । ଗତ କାଲି ଚେନ୍ନାଇ ରୁ ଚେନ୍ନାଇ-ହାବଡା ସୁପରଫାଷ୍ଟ ଏକ୍ସପ୍ରେସ (୧୨୮୪୦) ଯୋଗେ ପଶ୍ଚିମବଙ୍ଗ ଫେରୁଥିଲେ। ସ୍ତ୍ରୀର ପ୍ରତିଶୋଧ ନେବା ପାଇଁ ଏକ ମାନସିକ ସ୍ତରରେ ପ୍ରସ୍ତୁତି ହୋଇ ରହିଥିବା ରାଜୀବ ଏକ ଛୁରୀ ବାହାର କରି ଗଞ୍ଜାମ ରେଳ ଷ୍ଟେସନ ନିକଟ ପାଖାପାଖି ଚଳନ୍ତା ଟ୍ରନରେ ଅସ୍ମିତର ପେଟକୁ ବାରମ୍ବାର ଭୁସିଥିଲା । ଏହା ଦେଖି ଟ୍ରେନ ଭିତରେ ଯାତ୍ରୀ ମାନେ ଆତଙ୍କିତ ହୋଇ ପାଟିତୁଣ୍ଡ କରିବାରୁ ଟ୍ରେନ ସୁରକ୍ଷା ଦାଇତ୍ୱରେ ଥିବା ରେଳବାଇ ପୋଲିସ ଟ୍ରେନ ଡ୍ରାଇଭରକୁ ଖବର ଦେବାରୁ ଗଞ୍ଜାମ ରେଳଷ୍ଟେସନରେ ଦୁଇଘଣ୍ଟ ପାଞ୍ଚମିନିଟ ସମୟରେ ଅଟକି ଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅସ୍ମିତକୁ ଟ୍ରନରୁ ଓହ୍ଲାଇ ପ୍ଲାଟଫର୍ମକୁ ଆଣିଥିଲେ । ଗଞ୍ଜାମ ଷ୍ଟେସନରେ ସୁରକ୍ଷା ଦାଇତ୍ୱରେ ଥିବା ହାବିଲଦାର ପି.କେ.ନାୟକ ଓ ଷ୍ଟେସନ ମାଷ୍ଟର ତୁରନ୍ତ ଗଞ୍ଜମ ଥାନାକୁ ଖବର ଦେଇଥିଲେ । ଗଂଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସଦଳବଦଳରେ ଆସି ଆମ୍ବୁଲାନ୍ସ ଯୋଗେ ଗୁରୁତର ଅସ୍ମିତକୁ ୧୦୮ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଛତ୍ରପୁର ମେଡ଼ିକାଲକୁ ଅବସ୍ଥାରେ ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହତ୍ୟାକାଣ୍ଡ ଭିଆଇଥିବା ଯୁବକ ରାଜୀବକୁ ଗଞ୍ଜାମ ଷ୍ଟେସନରେ ଅଟକ ରଖାଯାଇଛି । ଟ୍ରେନ ଭିତରେ ଏହି ହତ୍ୟାକାଣ୍ଡ ଘଟିଥିବାରୁ ରେଳବାଇ ପୋଲିସ ଏହାର ତଦନ୍ତ ଦାଇତ୍ୱ ନେଇଛି ।