ଜଙ୍ଗଲ ରେ ହତ୍ୟା : ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କଲା  ପୋଲିସ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ତଥା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଝରଣ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଦୁବୃର୍ତ୍ତ ମାନେ କବିସୂର୍ଯ୍ୟ ନଗର ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା କରି ଫୋପାଡି ଦେଇଥିବା ଜଣାପଡିଛି । ଏପରିକି ମୃତ ଶରୀରର ପ୍ରମାଣ ନଷ୍ଟ କରିବା ପାଇଁ ପେଟ୍ରୋଲ ଢ଼ାଳି ନିଆଁ ଲଗାଉଥିବା ସମୟରେ କିଛି ଗ୍ରାମବାସୀ ଏହା ଦେଖିବା କ୍ଷଣି ଦୁବୃର୍ତ୍ତ ମାନେ ସେଠାରୁ ଚମ୍ପଟ ମାରିଥିବା ଜଣାପଡିଛି । ମୃତକ ଜଣକ ହେଲେ କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଏ .ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକ (୩୫) ବୋଲି ଚିହ୍ନଟ ହୋଇପାରିଥିବା ପୋଲିସର ତଦନ୍ତ ପରେ ଜଣାପଡିଛି । ଖବର ପ୍ରକାରେ ମୃତକ ଟୁଟୁ ଗତକାଲି ଅପରାହ୍ନ ୨ ଟାରେ ଗ୍ରାମ ବାହାରେ ବୁଲୁଥିବା ବେଳେ ତିନିରୁ ଚାରି ଯୁବକ ଏକ ଜାଇଲୋ କାରରେ ଆସି ଅପହରଣ କରି ନେଇଥିବା ପରିବାର ଲୋକେ କବିସୂର୍ଯ୍ୟ ନଗର ଥାନାରେ ଏତଲା ଦେଇଥିଲେ । ଏନେଇ ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଥାନା ମାମଲା ନଂ ୨୯୪/୨୨ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ତେବେ ଅଭିଯୁକ୍ତ ମାନେ ଟୁଟୁଙ୍କୁ ଅପହରଣ କରି ନେବାର କିଛି ଘଣ୍ଟା ପରେ ସେମାନେ ଯୋଜନା ପ୍ରକାରେ ପାଟପୁର ଥାନା ଅଞ୍ଚଳର ଉକ୍ତ ଦୁର୍ଗମ ଆଦିବାସୀ ଗ୍ରାମ ନିକଟରେ ଥିବା କାଜୁ ଜଙ୍ଗଲରେ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ଦେବା ପାଇଁ ଚେଷ୍ଟା କରିଥିଲେ । ଏପରିକି ମୃତଦେହକୁ ଗାଡିରୁ ଓହ୍ଲାଇ ଶବକୁ ରଖି ପେଟ୍ରୋଲ ଢ଼ାଳି ପୋଡିବାକୁ ଚେଷ୍ଟା କରିବା ସମୟରେ ସେଠାରେ ଭଲିବଲ ଖେଳୁଥିବା କିଛି ଯୁବକ ଦେଖିବା ପରେ ଦୁବୃର୍ତ୍ତ ମାନେ କାରଯୋଗେ ଚମ୍ପଟ ମାରିଥିଲେ । ଏହାପରେ ସ୍ଥାନୀୟ ଗ୍ରାମବାସୀ ପାଟପୁର ଥାନାକୁ ଖବର ଦେଇଥିଲେ । ଖବରପାଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ରାତିରେ ଶବକୁ ଜଗି ରହିବା ସହ ତନାଘନା କରିଥିଲେ । ଆଜି ସକାଳୁ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ବିଭିନ୍ନ ପୋଲିସ ଥାନାକୁ ଖବର ଦେଇଥିଲେ । ଏହି ଅବସରରେ କବିସୂର୍ଯ୍ୟ ନଗରରେ ହୋଇଥିବା ଏତଲା ପରେ ଥାନା ଅଧିକାରୀ ଶ୍ରୀ ସାହୁ ଏବଂ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବ ଚିହ୍ନଟ କରିଥିଲେ । ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି . କେ ଦଳାଇ , ଆସିକା ଏସଡିପିଓ ଉମାଶଙ୍କର ସିଂ , ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସମେତ ପାଟପୁର , ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ବଡଗଡ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ପୋଲିସ ଯୁବକଙ୍କୁ କେଉଁ କାରଣରୁ ଅପହରଣ ଓ ହତ୍ୟା କରିଛନ୍ତି ଦୁବୃର୍ତ୍ତ ମାନେ ତାହାର ଅନୁସନ୍ଧାନ ଜାରି ରଖିଥିବା ବେଳେ ଟଙ୍କା ଦେଣ ନେଣ କୁ ନେଇ ହାତ୍ୟା କରାଯାଇଥିବା ସୁଣୀ ବାକୁ ମିଳିଛି । ଖୁବଶିଘ୍ର ଏହାର ପର୍ଦ୍ଦାଫାଶ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ