ଶ୍ୱଶୁର ଘରେ ଜ୍ୱାଇଁର ମୃତ୍ୟୁ ; ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଶ୍ୱଶୁର ଘରକୁ ଆସିଥିବା ଜଣେ ଜ୍ୱାଇଁର ମୃତ୍ୟୁ ହୋଇଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ତଦନ୍ତ ଜାରି ରହିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।ସୂଚନା ପ୍ରକାରେ, କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ବିଶିପଡା ପଂଚାୟତର ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ସ୍ୱର୍ଗତ ମୋହନ ଦିଗାଳଙ୍କ ପୁଅ ବିଶ୍ୱାମିତ୍ର ଲୁନ୍ଦୁ ଦିଗାଳ ଫିରିଙ୍ଗିଆର ନଟବର ଦିଗାଳଙ୍କ ବଡଝିଅ ନିଦ୍ରାବତୀ ଦିଗାଳଙ୍କୁ ବିବାହ କରିଥିଲେ । ଗତ କିଛିଦିନ ତଳେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ ସ୍ତ୍ରୀ ନିଦ୍ରାବତୀ ତାଙ୍କ ବାପ ଘରକୁ ନିଜର ବଡଝିଅକୁ ଧରି ଚାଲିଆସିଥିଲେ । ତେବେ ଶୁକ୍ରବାର ଦିନ ସ୍ୱାମୀ ଲୁନ୍ଦୁ ଦିଗାଳ ତାଙ୍କ ସ୍ତ୍ରୀ ଓ ଝିଅକୁ ନେବା ପାଇଁ ତାଙ୍କ ଶ୍ୱଶୁର ଘର ଫିରିଙ୍ଗିଆକୁ ଆସିଥିବା ବେଳେ ସଂଧ୍ୟାରେ ଲୁନ୍ଦୁଙ୍କ ହଠାତ ମୃତ୍ୟୁ ହୋଇଥିଲ । ମୃତ ଲୁନ୍ଦୁଙ୍କ ଶ୍ୱଶୁର ଘର ଲୋକେ କହିବା ଅନୁସାରେ ମୃତ ଲୁନ୍ଦୁ ସଂଧ୍ୟା ସମୟରେ ଟିଭି ଦେଖୁଥିବା ସମୟରେ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା ଘର ଲୋକେ ତାଙ୍କୁ ଚକିତ୍ସା ପାଇଁ ମେଡିକାଲକୁ ନେଇ ଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣାକୁ ମୃତ ଲୁନ୍ଦୁଙ୍କ ପରିବାର ଲୋକେ ସହଜରେ ବିଶ୍ୱାସ କରିପାରୁନଥିବା ବେଳେ ତାଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରି ମୃତ ଲୁନ୍ଦୁ ଦିଗାଳଙ୍କ ମା’ ମଦନା ଦିଗାଳ ଫିରିଙ୍ଗିଆ ଥାନାରେ ଏନେଇ ଏକ ଲିଖିତ ଏତଲା ଦେଇଛନ୍ତି । ଏତଲା ପାଇଲା ପରେ ଫିରିଙ୍ଗିଆ ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓଙ୍କ ନିର୍ଦ୍ଦେଶ ପ୍ରକାରେ , ଏଏସଆଇ କୃଷ୍ନଚନ୍ଦ୍ର ଗୈାଡ ମେଡିକାଲରେ ପହଂଚି ଶବର ପଂଚନାମା କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ