‘ସହାୟକ’ ପକ୍ଷରୁଆଧ୍ୟାତ୍ମିକ ଆଲୋଚନାଚକ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲାର ଅନ୍ୟତମ ସ୍ୱେଚ୍ଛାସେବୀ ସଙ୍ଗଠନ ‘ସହାୟକ’ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମିଳିତ ସହଯୋଗରେ ପୁଷ୍ପଲତା ମହାନ୍ତିଙ୍କ ପୌରହିତ୍ୟରେ ଏକ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରବକ୍ତା କୁମାରୀ ଶୁଭଶ୍ରୀ ଏଥିରେ ବକ୍ତା ଭାବେ ଯୋଗଦେଇ ଅଶାନ୍ତ ପରିବେଶରେ ଶାନ୍ତ ବାତାବରଣ ସୃଷ୍ଟି କରିବା, ବିଜ୍ଞାନର ପରିସ୍ଫୁଟନ, ଦୁର୍ବଳ ହୃଦୟର ଏକାଗ୍ରତା ଓ ପରିଚାଳନା କରିବାର ମାର୍ଗଦର୍ଶନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଅନ୍ୟତମ ପ୍ରବକ୍ତା କୁମାରୀ ମିନତୀ ମଧ୍ୟ ଏକ ସାରଗର୍ଭକ ଭାଷଣ ଦେଇ ପରମାତ୍ମାଙ୍କ ସହ ମନର କଥା କହି ନିଜକୁ ତାଙ୍କ ସହ ବିଲୀନ କରିବା, ସଂସାରକୁ ପ୍ରେରିତ କରିଥିବା ସର୍ବଶକ୍ତିମାନଙ୍କୁ ହୃଦୟରେ ପ୍ରତ୍ୟେକ ସମୟରେ ସ୍ମରଣ କରିବା, ଦୀପଂ ଜ୍ୟୋତି ପରଂବ୍ରହ୍ମ ଓ ସତ୍ୟମ୍ ଶିବମ୍ ସୁନ୍ଦରମ୍ ସଂପର୍କରେ ଆଲୋଚନା କରିଥିଲେ । କ୍ରୋଧ, ଅଶାନ୍ତି ପରିତ୍ୟାଗ କରି ରାଜଯୋଗର ଅନୁସରଣ କରି ସମସ୍ତ ପରିସ୍ଥିତିକୁ ସାମନା କରିବାର ଉପାୟ ଅତ୍ୟନ୍ତ ସାବଲୀଳ ଭାଷାରେ ସେ ବର୍ଣ୍ଣନା କରିଥିଲେ ।ଏହି ଆଲୋଚନାଚକ୍ରରେ ପ୍ରତିମା ପଣ୍ଡା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସହାୟକର ସଭାପତି ସୁରେନ୍ଦ୍ର ନାଥ ଦାସ, ସାଧାରଣ ସଂପାଦକ ବିଜୟ କୁମାର ଦାସ ଅଧିକାରୀ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ବନମାଳି ନାୟକ, ସାଧାରଣ ସଂପାଦକ ବସନ୍ତ ନାୟକ, ସୁଦର୍ଶନ ଦାସ, ଶଚୀନ୍ଦ୍ର ଦାସ, ତାରାକାନ୍ତ ନନ୍ଦ, ଦିବାକର ମହାପାତ୍ର, ସୁରେନ୍ଦ୍ର ପ୍ରସାଦ ଧଳ, ଶ୍ରୀରାମ ଦାଶ, ସୁରେନ୍ଦ୍ର ନାଏକ, ଦାମୋଦର ନାଏକ, ଯୁଧିଷ୍ଠିର ନନ୍ଦ, ସୁଜିତ୍ ଜେନା, ଅଖିଳ କୁ. ଦାଶ, ଅକ୍ଷୟ କୁ. ତ୍ରିପାଠୀ, ଲୋକନାଥ ଆଚାର୍ଯ୍ୟ, ଅକ୍ଷୟ କର, ଲମ୍ବୋଦର ଗିରି, କ୍ଷେତ୍ରମୋହନ ନାୟକ, ପୁରୁଷୋତ୍ତମ ବେହେରା, ସେଖ ଆଲ୍ଲାଉଦ୍ଦିନ୍‌, ଭବେଶ ପଣ୍ଡା, ବସନ୍ତଲତା ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ଜେନା, ସୁବାସିନୀ ପରିଡ଼ା, ରେଣୁକା ଜେନା, ପ୍ରଣିତା ମିଶ୍ର, ଅରୁଣା ରାୟ, ଶାନ୍ତିଲତା ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ସାବିତ୍ରୀ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ