ଓଡିଶା ମୋ ପରିବାର ପକ୍ଷରୁ ସୁରତରୁ ଆସିଲା ଦାଦନଙ୍କ ମୃତଦେହ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ବ୍ଳକ ଖରିଡା ଗ୍ରାମ ଗୋପାଳ ବେହେରାଙ୍କ ଏକମାତ୍ର ପୁଅ ଘନଶ୍ୟମା ବେହେରା (୩୯) ସୁରତରେ ଦାଦନ ଶ୍ରମିକ ଭାବେ କାମ କରି ଆସୁଥିଲେ । ଶନିବାର ବିଦ୍ୟୁତ ଆଘାତରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ଦୁଃଖଦ ଘଟଣା ପରେ ଗୋପାଳ ଓ ହିଞ୍ଜିଳିକାଟୁ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଓଡିଶା ମୋ ପରିବାର ସହ ଯୋଗଯୋଗ କରାଯାଇଥିଲା । ମୃତ୍ୟୁ ଘଟଣାର ୩ ଦିନ ପରେ ସୋମବାର ଅପରାହ୍ନରେ ଭିଟାମାଟିରେ ଆସି ପହଂଚିଛି ଶ୍ୟମଘନଙ୍କ ମୃତଦେହ । ଏଥି ସକାଶେ ପ୍ରଶାସନ କ୍ଷରୁ ଏକ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା । ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ କୁମାର ଜେନା, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଜିଲ୍ଲା ପରିଷଦ ସଭ୍ୟ ଏଳ ସୁଦର୍ଶନ ପ୍ରମୁଖ ସଂପୃକ୍ତ ଗ୍ରାମରେ ପଂହଛି ଶବାଧାରରେ ସାମିଲ ହୋଇଥିଲେ । ମୃତଙ୍କ ପାର୍ଥୀବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏକ ଶୋକାକୁଳ ପରିବେଶ ସହ ବିରାଟ ଶୋଭାଯାତ୍ରାରେ ମୃତଦେହକୁ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା । ପିଇଓ ସୁଶାନ୍ତ କୁମାର ପାତ୍ର, ଶଙ୍କର ମହାନ୍ତି, ସରପଂଚ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ହିଞ୍ଜିଳିକାଟୁ ଅଂଚଳରେ ପ୍ରଶାସନ ପ୍ରଛନ୍ନ ସହାୟତାରେ ଓଡିଶା ମୋ ପରିବାର ପକ୍ଷରୁ ପ୍ରଥମ କରି ମୃତଦେହକୁ ଭିଟମାଟିକୁ ଅଣାଯାଇଛି । ଏଥି ପାଇଁ ଗ୍ରାମାବାସୀ ପ୍ରଶାସନକୁ ଭୂୟସୀ ପ୍ରଂଶସା କରିଛନ୍ତି ।


