ନୂତନ ଆଇଆଇସିଙ୍କ ଦାୟିତ୍ୱ ଗ୍ରହଣ : ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ଥାନାରେ ନୂତନ ଆଇଆଇସି ଭାବେ ଅନିରୁଦ୍ଧ ନାୟକ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ନାୟକ ନୂତନ ଭାବେ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ ପୂର୍ବରୁ ଅନନ୍ତପୁର ଫାଣ୍ଡିରେ ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ଥାନାରେ ଦାୟିତ୍ୱ ଗ୍ରହଣ ପରେ ନିଶା କାରବାର ଉପରେ ଗୁରୁତ୍ୱ ଦେବା ସହ ପେଟ୍ରୋଲିଂ କଡାକଡି କରିବା ସହିତ ସାଧାରଣ ଜନତାଙ୍କ ସହ ସୁସଂପର୍କ ରଖି କାର୍ଯ୍ୟ କରିବେ ବୋଲି ସୂଚନା ପ୍ରଦାନ କରିଛନ୍ତି । ଶ୍ରୀ ନାୟକ ଥାନାରେ ଯୋଗଦାନ କରିବା ପରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଉପସଭାପତି ଆଲୋକ ରଂଜନ ମହାନ୍ତି, ସାଧାରଣ ସଂପାଦକ ପୃଥିରାଜ ମହାନ୍ତି, ବ୍ଲକ ଛାତ୍ର ବିଜୁ ଜନତା ଦଳର ସଭାପତି ଲୋକନାଥ ଦାସ, ଉପସଭାପତି ସୁଧିର ଦାସ ଆଦିଙ୍କ ସହିତ ବିଭିନ୍ନ ମହଲରୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପୂର୍ବରୁ ଉକ୍ତ ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଥିବା ଶୁଭ୍ରାଂଶୁ ଶେଖର ପରିଡାଙ୍କୁ ବାଲିକୁଦା ଥାନାକୁ ବଦଳି କରାଯାଇଛି ।


