ଜନତା ଙ୍କ କାମ ରେ ଲାଗୁନି ପ୍ରଶାସନ : ସବୁ ଜାଣି ଚୁପ୍
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ର ମୋହନା ବ୍ଲକ ଯାହାକି ଦୁର୍ଗମ ଅଧିବାସୀ ଅଧ୍ୟୁଷିତ ଅଞ୍ଚଳ ଏଠି ୩୯ଟି ପଂଚାୟତ କୁ ନେଇ ଗଠିତ ଓଡିଶା ର ଦ୍ୱିତିୟ ବୃହତ୍ତମ ବ୍ଲକ ଏଠି ରାତି ପାହିଲେ ବ୍ଲକ୍ କାମ ରେ ହଜାର ହଜାର ଲୋକ ଆସନ୍ତି ନିଜ କାମ ପାଇଁ ଆଉ ଦିନ ତମାମ ରହି ସନ୍ଧ୍ୟା ରେ ଘର କୁ ଫେରନ୍ତି I ଏହି ବ୍ଲକ୍ କାମ ସମୟରେ ପରିଶ୍ରା କିମ୍ବା ଶୌଚ ପାଇଁ ଯିବାକୁ ହେଲେ ବାହାର ବଣ ବୁଦା ପଦାରେ ପରିଶ୍ରା କରି ବିଭିନ୍ନ ରୋଗ ର ଆକ୍ରାନ୍ତ ହେଉଛନ୍ତି I ଖାଲି ସେତିକି ନୁହେଁ ଏହି ବ୍ଲକ୍ ପରିସର ରେ ପ୍ରତେକ ମାସ ରେ ୩୯ଟି ପଂଚାୟତ ର ସରପଞ୍ଚ ସମିତି ସଭ୍ୟ ସଭ୍ୟା ୱଡ ମେମ୍ବର ମାନେ ଆସନ୍ତି ବୈଠକ ପାଇଁ ବୈଠକ ମଧ୍ୟରେ ପରିଶ୍ରା କରିବାକୁ ହେଲେ ବାହାର କୁ ଯିବାକୁ ପଡୁଛି କାରଣ ମୋହନା ବ୍ଲକ ପରିଶ୍ଵର ରେ ବନା ଯାଇଥିବା ୪ଟି ଶୌଚାଳୟ ନିର୍ମାଣ ହୋଇ ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ କାମ ରେ ନ ଲାଗି କବାଟ ଝରକା ଭାଙ୍ଗି ଲାଟିନ ପ୍ଲେଟ ମଧ୍ୟ ଖୋଳି ନେଇ ଗଲେଣି ଦୃବୁତ ମାନେ ପାଣି ସଂଯଗ ମଧ୍ୟ ହୋଇନାହିଁ I ଏତେ ଟଙ୍କା ଖର୍ଚ୍ଚ କରି ବନା ଯାଇଥିବା ଜନତା ଙ୍କ ପାଇଁ ଶୌଚାଳୟ ଏବେ ଲୋକ ଙ୍କ କାମରେ ନ ଲାଗି ଖତ ଖାଉଛି ତାକୁ ଲାଗି ଓଳିଆ ଗଦା ଭୋଳି କୋଡ କୋଡ କାଗଜପତ୍ର ପଡ଼ିଛି ଲଟା ବୁଦା ଭୋଳି ଯାହା ଦ୍ୱାରା ଉକ୍ତ ସ୍ଥାନ ବାହାରେ ପରିଶ୍ରା କରିବାକୁ ଲୋକେ ଭୟ କରନ୍ତି ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରସସ୍ନ ପକ୍ଷରୁ ମେଲେରିଆ, ଡେଙ୍ଗୁ, ସ୍ୱଚ୍ଛ ଭାରତ ଅଭିଯାନ କୁ ନେଇ ସଚେତନା କରାଯାଉଛି କିନ୍ତୁ ଏହି ବ୍ଲକ୍ ପରିଶ୍ଵର ଦେଖିଲେ ଲୋକେ ପୁରା ସଚେତନ ହେଇଯିବେ ବଧେ ଏ ନେଇ ମୋହନା ବିଧାୟକ ପ୍ରତିନିଧି ନିର୍ମଳ ପାଲ କହିଛନ୍ତି I ପ୍ରତେକ ସମାୟ ରେ ଜିଲ୍ଲାପାଳ ଙ୍କ ଠାରୁ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଗସ୍ତ କରନ୍ତି I ମୋହନା ବ୍ଲକ କାର୍ଯ୍ୟାଳୟ କୁ ହେଲେ କିପରି ଏହି ଶୌଚାଳୟ କିମ୍ବା ଚାରିପଟେ ନଜର ପଡୁନି ଜନ ସାଧାଣ ଙ୍କ ପାଇଁ ନିର୍ମାଣ ହୋଇଥିବା ଶୌଚାଳୟ ଯଦି କାମ ରେ ଲାଗୁନି ଏଥି ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି I


