ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ଯୁବ ନେତା ପ୍ରମୋଦ ପଣ୍ଡା
କୋଦଳା, (ଗୁଲସନ କୁମାର କର) :-ବିଜେପିକୁ ଝଟକା ।ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଯୁବ ନେତା ପ୍ରମୋଦ କୁମାର ପଣ୍ଡା। ଯୁବମୋର୍ଚ୍ଚା ସଭାପତି ପଦବୀ ସହ ବିଜେପି ଦଳର ପ୍ରାଥମିକ ସଦସ୍ୟରୁ ମଧ୍ୟ ସେ ଇସ୍ତଫା ଦେଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମଂଗଳବାର କୋଦଳା ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ପ୍ରମୋଦ । ଘୁମୁସର ଜିଲ୍ଲା ସଭାପତିଙ୍କ କାର୍ଯ୍ୟ କଳାପରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା ସେ ପ୍ରକାଶ କରିଛନ୍ତି । ତେବେ ପ୍ରମୋଦକଂ ଇସ୍ତଫା ଜିଲ୍ଲା ବିଜେପି ତଥା ଘୁମୁସର ବିଜେପିକୁ ଏକ ଶକ୍ତ ଆଘାତ ଦେଇଥିବା ଏବେ ଆଲୋଚନା ହେଉଛି । ଗତ କିଛି ଦିନ ଧରି ଦଳୀୟ କାର୍ଯ୍ୟ କଳାପରେ ଅସନ୍ତୋଷ ବ୍ୟକ୍ତ କରୁଥିଲେ ପ୍ରମୋଦ। ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରୁଥିଲେ। ତାଙ୍କ ନେତୃତ୍ଵରେ ବିଗତ ଦିନ ମାନଙ୍କରେ ବିଭିନ୍ନ କ୍ଷେତ୍ରରେ ବିଜେପି ପକ୍ଷରୁ ଦୁର୍ନୀତିର ପ୍ରତିବାଦ, ଶୋଭାଯାତ୍ରା ଦେଖିବାକୁ ମିଳୁଥିଲା। ତେବେ ବର୍ତ୍ତମାନ ସେ ଦଳୀୟ କାର୍ଯ୍ୟ କଳାପରେ ଅସନ୍ତୋଷ ବ୍ୟକ୍ତ କରି ଶେଷରେ ଦଳ ପରିତ୍ୟାଗ କରିଛନ୍ତି।ଇସ୍ତଫାପତ୍ର ସେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଏବଂ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିକଟକୁ ଉଭୟ ମେଲ୍ ଏବଂ ୱାଟସ ଆପ୍ ମାଧ୍ୟମରେ ପଠାଇ ଦେଇଥିବା କହିଛନ୍ତି । ବର୍ତ୍ତମାନ କୌଣସି ଦଳରେ ଯୋଗ ଦେବାର ସମ୍ଭାବନା ନଥିବା ସେ ପ୍ରକାଶ କରିଛନ୍ତି ।


