ପାରିବାରିକ କଳହରୁ ବିଷ ପିଇଲେ ମହିଳା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଅଁରା ପଞ୍ଚାୟତ ବେଲବନ୍ଧ ଗ୍ରାମର ଜଣେ ମହିଳା ପାରିବାରିକ କଳହକୁ ନେଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଖବରରୁ ଜଣାଯାଇଛି ଯେ ଗୁର ମୁଣ୍ଡା ନାମକ ଜଣେ ୨୫ବର୍ଷୀୟ ଆଦିବାସୀ ମହିଳା ଗତ ୮ବର୍ଷ ତଳେ ବେଲବନ୍ଧ ଗ୍ରାମର ଶଙ୍କୁରୁ ମୁଣ୍ଡାଙ୍କୁ ବିବାହ କରିଥିଲେ । ଗତକାଲି ରାତିରେ ରୋଷେଇ କରିବାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାରୁ ଏଥିରେ ମାନସିକ ଭାରସାମ୍ୟ ହରାଇ ଘରେ ଚାଷ ପାଇଁ ରଖାଯାଇଥିବା କୀଟନାଶକ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଆନନ୍ଦପୁର ୁପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରାଇ ତଦନ୍ତ ଚଳାଇଛନ୍ତି ।


