ସିବିଏସଇ ପରୀକ୍ଷାରେ ନବୋଦୟ ବିଦ୍ୟାଳୟର ସଫଳତା 

ହାଟଡିହି, (ବିକାଶ ବିଶ୍ୱାଳ) :-ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ହଦଗଡ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶେଷ ସଫଳତା ହାସଲ କରିଛନ୍ତି । ଦ୍ୱାଦଶ ଶ୍ରେଣୀରେ ମୋଟ ୮୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ପାସ ହାର ଶତକଡା ୧୦୦% ରହିଛି । ସେହିପରି ଦଶମରେ ମଧ୍ୟ ୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଏଥିରେ ମଧ୍ୟ ଶତକଡା ୧୦୦% ପ୍ରତିଶତ ପାସହାର କରିଥିବା ଜଣାଯାଇଛି । ଦ୍ୱାଦଶ ଶ୍ର୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାମାଲି ମିଶ୍ର ଶତକଡା ୯୬.୪ ମାର୍କ ରଖି ବିଦ୍ୟାଳୟର ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ପ୍ରୀତୀ ପାୟଲ ଶତକଡା ୯୫.୬ ରଖି ଦ୍ୱିତୀୟ ଓ ମୋନାଲୀସା ମହାନ୍ତ ଶତକଡା ୯୫.୬ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଦଶମ ଶ୍ରେଣୀରେ ଶ୍ରାବଣୀ ସ୍ମୃତିରେଖା ମହାନ୍ତ ଶତକଡା ୯୮.୨ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ରଣେୁକା ମହାନ୍ତ ଶତକଡା ୯୬ ଭାଗ ନମ୍ବର ରଖି ଦ୍ୱିତୀୟ ଓ ଶାଗରୀକା ମହାନ୍ତ ଶତକଡା ୯୫.୪୦ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି । ବିଦ୍ୟାଳୟ ର ଏପରି ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ପି.ମଣିକଣ୍ଡନ ଖୁସିବ୍ୟକ୍ତ କରିବା ସହିତ ସମସ୍ତ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତାର ଶ୍ରେୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦେଇଛନ୍ତି । ସେହିପରି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସୁଧାଶୁଂ ଦକ୍ଷିଣରାୟ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଅନ୍ୟ ଛାତ୍ରଛାତ୍ରୀମାନେ ଏହିପରି ସଫଳତାର ଧାରା ବଜାୟ ରଖନ୍ତୁ ବୋଲି ଆଶା ବ୍ୟକ୍ତ କରି ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ