ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଜଣେ ବୃଦ୍ଧା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଅବସ୍ଥାରେ ଶନିବାର ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ବୃଦ୍ଧା ଜଣକ ହେଲେ ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ଗ୍ରାମର ବାବାଜୀ ଭୋଇଙ୍କ ପତ୍ନୀ ବୁଲି ଭୋଇ । ଯାହାଙ୍କର ବୟସ ପ୍ରାୟ ୬୦ବର୍ଷରୁ ଉର୍ଦ୍ଧ୍ୱ ହେବ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଶନିବାର ଦିନ ପ୍ରାୟ ୧୦ଟା ସମୟରେ ବୁଲି ନିଜ ବିଲକୁ ଧାନ ନେଇ ଯାଉଥିଲେ । ବିଲ ମଧ୍ୟରେ ଝୁଲିକି ରହିଥିବା ୧୧ କେଭି ବିଦ୍ୟୁତ ତାର ତାଙ୍କ ଦେହରେ ଲାଗିଯାଇଥିଲା । ଫଳରେ ବୁଲି ଗହିର ମଝିରେ ଝିଟିକି ପଡିଥିଲେ । ସ୍ଥାନୀୟ ଲୋକ ଏହା ଦେଖି ବୁଲିକୁ ଉଦ୍ଧାର କରି ସଂଗେ ସଂଗେ ଚିକିତ୍ସା ଲାଗି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲା । ବୁଲି ସେଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଦେହର କିଛି ଅଂଶ ପୋଡି ଯାଇଥିବା ଜଣାଯାଇଛି । ଅନ୍ୟପଟରେ ଗହିର ମଧ୍ୟରେ ୧୧ କେଭି ବିଦ୍ୟୁତ ପୋଲ ଗୁଡିକ ଢଳି ଯାଇଥିବା ଯୋଗୁ ୧୧ କେଭି ତାର ହାତ ପାହାନ୍ତାରେ ଝୁଲିକି ରହିଛି । ଏସଂର୍ପକରେ ବିଦ୍ୟୁତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ବହୁବାର ଜଣାଇଲେ ମଧ୍ୟ ଏଥିପ୍ରତି ସେମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଉଚ୍ଚ କତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ