ଆଇ ଲଭ୍ ଭଞ୍ଜନଗର ଓ ଫାଉଣ୍ଟେନ୍ ଉଦ୍ଘାଟିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆଇ ଲଭ୍ ଭଞ୍ଜନଗର ଏବଂ ୱାଟର ଫାଉଣ୍ଟେନ୍କୁ ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରିମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି । ଖୋଲା ସ୍ଥାନ ସୌନ୍ଧର୍ଯ୍ୟକରଣ ଯୋଜନା ଅଧିନ ରେ ଏହି ଦୁଇଟି ପ୍ରକଳ୍ପକୁ ଆଜି ଲୋକର୍ପିତ କରାଯାଇଥିଲା । ସହର ସ୍ବଚ୍ଛ ସୁନ୍ଦର କରିବା ପାଇଁ ଅଗାମୀ ଦିନରେ ଏଭଳି ଅହୁରି ଅନେକ ସୌନ୍ଧର୍ଯ୍ୟକରଣ କାର୍ଯ୍ୟ କରାଯିବା ନେଇ ଯୋଜନା ରହିଥିବା ଶ୍ରୀ ଆରୁଖ ପ୍ରକାଶ କରିଥିଲେ । ବିଭିନ୍ନ ରଙ୍ଗର ଆଲୋକରେ ସଜ୍ଜିତ ଆଇ ଲଭ୍ ଭଞ୍ଜନଗର ଠାରେ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ ଥ୍ରିଡି ଫଟୋ ସହ କାବ୍ୟ କାଳୀର ଚିତ୍ର ରହିବା ସହ ଏହାର ନିକଟରେ ୱାଟର ଫାଉଣ୍ଟେଟନ୍ ରହିଥିବରୁ ଏହାର ଆର୍କଷଣକୁ ଆହୁରି ଦ୍ବିଗୁଣିତ କରିପାରିଛି  । ଏହାର ଶୁଭାରମ୍ଭ ହେବା ପରେ ବହୁ ଜନସାଧାରଣ ଏହାର ନିକଟରେ ସେଲ୍ଫି ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାଶ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଏନ୍ଏସି ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ,ସାଂସଦ ପ୍ରତିନିଧି ଦିବାକର ନାୟକ,ଏନ୍ଏସି ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ପ୍ରାକ୍ତନ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋୟୀ, ପ୍ରାକ୍ତନ ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରାଙ୍କ ସମେତ ସମସ୍ତ କାଉନ୍ସିଲର,ଏନ୍ଏସି କର୍ମଚାରୀ ଓ ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ