ପ୍ରଧାନ ଶିକ୍ଷକଙ୍କୁ ମାଡ଼ ଥାନାରେ ମାମଲା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ବିଦ୍ୟାଳୟ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜଣେ ଅସାମାଜିକ ବ୍ୟକ୍ତି ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ ଜୋରାଗଡିଆ ବିଦ୍ୟାଳୟ ଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଭାଟଣା ସ୍ଥିତ ବିଦ୍ୟାଳୟ ପରିସର ରେ ଗ୍ରାମର ଆରତ ଦାସ ଗତ ଶନିବାର ଦିନ ପହଞ୍ଚି ପ୍ରଧାନଶିକ୍ଷକ ଶ୍ରୀ ଉମାକାନ୍ତ ରାଉତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ମୋ ବିଦ୍ୟାଳୟ କାର୍ଯ୍ୟକୁ ନେଇ ବ୍ୟକ୍ତି ଜଣକ ଅନାଧିକାର ଭାବେ ବିଦ୍ୟାଳୟକୁ ଆସି ଶିକ୍ଷକଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିଲା । ସମ୍ପୃକ୍ତ ଶିକ୍ଷକ ହାତରୁ ସ୍କୁଲ ଗୃହ ଚାବି କାଠି ଛଡ଼ାଇବା ସହିତ ମୋଟର ସାଇକେଲକୁ ମଧ୍ୟ ଘୋଷାଡି ତଳେ ପକାଇ ଦେଇଥିଲା । ନିକଟରେ ଥିବା ଜଣେ ପୂରାତନ ଛାତ୍ର ସେଠାରେ ପହଞ୍ଚି ଅସାମାଜିକ ବ୍ୟକ୍ତିଙ୍କ କବଳରୁ ଶିକ୍ଷକଙ୍କୁ ଉଦ୍ଧାର କରିଥିଲା । ପରେ ବ୍ୟକ୍ତି ଜଣକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଶିକ୍ଷକ ଶ୍ରୀ ରାଉତ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ପୋଲିସି ଅଭିଯୋଗକୁ ଭିତ୍ତି କରି ୨୯୯/୨୨ରେ ମାମଲା ରୁଜୁ କରିଥିବା ବେଳେ ଖବର ଲେଖା ହେବା ଯାଏ ଅଭିଯୁକ୍ତ ଗିରଫ ହୋଇନଥିବା ଜଣାଯାଇଛି । ଖବରକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ବିଦ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି  । ଏହା ସହିତ ଦୋଷୀକୁ ତୁରନ୍ତ ଗିରଫ ପାଇଁ ପୋଲିସ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ