ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ସଭାପତି ପ୍ରିୟବ୍ରତଙ୍କୁ ସମ୍ବର୍ଦ୍ଧନା

ବନ୍ତ, (ଚାନ୍ଦିନୀ ମହାନ୍ତି) :ନିଖିଳ ଉତ୍କଳ ଅଣ ଗେଜେଟେଡ୍ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ଜିଲା ସଭାପତି ପ୍ରିୟବ୍ରତ ରାଉତଙ୍କୁ ବନ୍ତ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ବନ୍ତ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ପରିସରରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା.ନିର୍ମଳ ଚନ୍ଦ୍ର ବାରିକ, ଆଗରପଡା ଭାରପ୍ରାପ୍ତ ପ୍ରାଣୀ ଚିକିତ୍ସକ ଡା.ଦେବାଶିଷ ଜେନାଙ୍କ ଉପସ୍ଥିତିରେ ସଂଘର ବନ୍ତ ଶାଖା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାଣୀଧନ ନିରୀକ୍ଷକ ସୋମନାଥ ନାୟକ, ସଞ୍ଜୟ କୁମାର ଜେନା, ଶଶୀକାନ୍ତ ନାୟକ, କୃଷ୍ଣ ଚନ୍ଦ୍ର ଲେଙ୍କା, କାହ୍ନୁ ଚରଣ ମିଶ୍ର, ରାଜେଶ ବିଶ୍ୱାଳ, କର୍ମଚାରୀ ଅତୁଲ କୁମାର ଦାସ, ରମେଶ ବାରିକ, ଶରତ କୁମାର ସାହୁ ଉପସ୍ଥିତ ଥିଲେ । ଶ୍ରୀ ରାଉତ ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତର ପ୍ରାଣୀଧନ ନିରୀକ୍ଷକ ଥିବା ବେଳେ ପ୍ରାଣୀ ବିଭାଗର କାର୍ଯ୍ୟରତ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ବିଭିନ୍ନ ସ୍ତରରେ ସେ ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ