ଜନଅଭିଯୋଗ ଶୁଣାଣୀ ଶିବିର: ୫୪ଟି ଅଭିଯୋଗ ଆସିଲା
ବନ୍ତ, (ଚାନ୍ଦିନୀ ମହାନ୍ତି) :ସୋମବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ମିଳିତ ଜନଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୫୪ଟି ଅଭିଯୋଗ ଆସିଥିବା ଜଣାଯାଇଛି । ସେଥିମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ପିଏମଏୱାଇ, ଶିକ୍ଷକ ପଦବୀ ପୂରଣ, ବାତ୍ୟା ସହାୟତା, ଧାନ ବିକ୍ରି, ନୟନଜୋରୀ ଖନନ, ଜମି ସମସ୍ୟା, କାଡାନାଳ, ରାସ୍ତା, ଆଇ.ସି.ଡି.ଏସ୍ରେ କାର୍ଯ୍ୟ କରି ଦରମା ନପାଇବା, ଜଳ ନିଷ୍କାସନ, ବିଦ୍ୟାଳୟକୁ ପୋଷାକ ଯୋଗାଣ, ରାସନ୍ କାର୍ଡ, ରାସନ୍ ସାମଗ୍ରୀ ଯୋଗାଇ ଦେବା, ସିଆରପି ଚୟନ, ବେଆଇନ ମଦ ବିକ୍ରି, ସୂଚନା ଅଧିକାର ଆଇନରେ ତଥ୍ୟ ଯୋଗାଇ ଦେବା ଆଦି ଅଭିଯୋଗ ଅନ୍ତର୍ଭୁକ୍ତ ଥିଲା । ଏହି ଶିବିରରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଉପସ୍ଥିତ ରହି ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଏସ୍.ପି. ଚରଣ ସିଂ ମିନା, ସବ୍ କଲେକ୍ଟର ମନୋଜ ପାତ୍ର, ପି.ଡି ଇନ୍ଦ୍ରମଣି ନାୟକ, ଆସିଷ୍ଟାଣ୍ଟ କଲେକ୍ଟର ବସନ୍ତ କୁମାର ଲେଙ୍କା, ବିଡିଓ ଶୁଭଦର୍ଶନ ମିଶ୍ର, ତହସିଲଦାର ସରୋଜକାନ୍ତ ନାୟକ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ସି.ଏସ୍.ଓ ରଞ୍ଜନ ସେଠ୍, ଜିଲା ଅବକାରୀ ବିଭାଗ ଏସ୍.ପି. ପ୍ରଦୀପ୍ତ କୁମାର ଦାସ, ସି.ଡି.ଭି.ଓ ଶୁଭ୍ରେନ୍ଦୁ କୁ ମାର ମିଶ୍ର, ଏ.ଏଚ୍.ଓ ପାୟଲ ଚୌଧୁରୀ, ଡି.ଡବ୍ଲ୍ୟୁ.ଓ ଜୟନ୍ତ କୁମାର ଜେନା, ସି.ଡି.ଏ.ଓ ଉଦିତ୍ କୁମାର ରାୟ, ଡି.ଏଫ.ଓ ମାନସ ରଞ୍ଜନ ସାହୁ, ସହକାରୀ ଯନ୍ତ୍ରୀ ଜୟଦେବ ପାତ୍ର, ସିଡିପିଓ ରେଣୁବାଳା ଦାଶ, ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରା, ଜିପିଇଓ ଜମାଦାର ମୁଣ୍ଡା, ବିଭିଓ ନିର୍ମଳ ଚନ୍ଦ୍ର ବାରିକ, ଏବିଇଓ ହରେକୃଷ୍ଣ ଆପଟ୍, ସାଳନ୍ଦୀ କେନାଲ ସହକାରୀ ଯନ୍ତ୍ରୀ ରତିକାନ୍ତ ମିଶ୍ର, ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ନିଶାକର ଖୁଣ୍ଟିଆ, ବନ୍ତ ଥାନା ଆଇ.ଆଇ.ସି ଆଦିତ୍ୟ ପ୍ରସାଦ ଜେନା, ଏମ୍.ଆଇ ଅଶୋକ କୁମାର ବେହେରା, ବିପିଏମ୍ ଚିରଞ୍ଜୀବ ଦାସ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ମହାପାତ୍ର, ଏସ୍.ଡି.ଓ(ବିଦ୍ୟୁତ୍ ବିଭାଗ) ବିଜୟ କୁମାର ମହାନ୍ତି, ନିର୍ବାହୀ ଯନ୍ତ୍ରୀ(ଆର.ଡବ୍ଲ୍ୟୁ.ଏସ୍.ଏସ୍) ସୁଶାନ୍ତ କୁମାର ପଣ୍ଡା, ଆଇ.ପି.ଓ ଶଙ୍କର୍ଷଣ ସେଠୀଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅଭିଯୋଗ ପଞ୍ଜୀକରଣ ଦାୟୀତ୍ୱରେ ରେଭିନ୍ୟୁ ଆସିଷ୍ଟାଣ୍ଟ ଲିସାରାଣୀ ରାଉତ ଓ ବ୍ଲକ କର୍ମଚାରୀ ବିଶ୍ୱନାଥ ସେଠୀ ଥିଲେ ।


