ଫଟୋ ଚିତ୍ରରେ ଶୁଭେଚ୍ଛା ଜଣାଇଲେ କୁନି ଚିତ୍ରକର
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ଛାତ୍ର ଅମନ ବେହେରା ଫଟୋ ଚିତ୍ର ମାଧ୍ୟମରେ ଦେଶର ୧୫ତମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ପିଲା ବେଳୁ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ସେ ବହୁ ଚିତ୍ର ଅଙ୍କନ କରିଛନ୍ତି । ସେ ଏହି ଚିତ୍ର ଆଙ୍କିବା ପାଇଁ ବହୁ ଅନୁଷ୍ଠାନରୁ ଭୂୟସୀ ପ୍ରଶଂସା ପାଇଛନ୍ତି । ତାଙ୍କର ସ୍ୱପ୍ନ ଆଗାମୀ ଦିନରେ ଜଣେ ପ୍ରସିଦ୍ଧ ଚିତ୍ରକର ହେବେ ବୋଲି ଆଶା ରଖିଛନ୍ତି ।


