ସମୁଦ୍ର ମଝିରେ ଟ୍ରଲର ରେ ନିଆଁ : ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ

ନିମାପଡ଼ା, ( ସନ୍ତୋଷ ଦାଶ ) :ପାରାଦ୍ଵୀପ – ଅସ୍ତରଙ୍ଗ ସମୁଦ୍ର ମଝିରେ ଘଟିଛି ଅଘଟଣ । ମଝି ସମୁଦ୍ରରେ ମାଛ ମାରୁଥିବା ବାଲେଶ୍ଵର ଅଞ୍ଚଳ ର ଭଗବତୀ-୩ ନାମକ ଟ୍ରଲର ରେ ଅଚାନକ ନିଆଁ ଲାଗି ଯାଇଥିଲା । ଉକ୍ତ ଟ୍ରଲର ରେ ଥିଲେ ୮ ଜଣ ମତ୍ସ୍ୟଜୀବୀ । ସମସ୍ତ ମତ୍ସ୍ୟଜୀବୀ ଙ୍କୁ ଅନ୍ୟ ଟ୍ରଲର ର ମତ୍ସ୍ୟଜୀବୀ ମାନେ ସୁରକ୍ଷିତ ଉଦ୍ଧାର କରିଥିଲେ। ଟ୍ରଲର ଇଞ୍ଜିନ ରେ ଥିବା ଟର୍ବୋ ସ୍ପାର୍କିଂ ରୁ ନିଆଁ ଲାଗିଥିବା କୁହାଯାଉଛି । ଗତକାଲି ମଧ୍ୟ ଶ୍ରୀ ଲକ୍ଷ୍ମୀନାରାୟଣ ନାମକ ଟ୍ରଲର ରେ ସେହି ସମୁଦ୍ର ମଝିରେ ମାଛ ମାରୁଥିବା ସମୟ ରେ ନିଆଁ ଲାଗିଯାଇଥିଲା । ସମସ୍ତ ମତ୍ସ୍ୟଜୀବି ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବାରମ୍ବାର ସମୁଦ୍ର ମଝିରେ ଟ୍ରଲର ରେ ଅଚାନକ ନିଆଁ ଲାଗି ଯାଉଥିବାରୁ ମତ୍ସ୍ୟଜୀବୀ ମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ