ଗୁହାଳ ରେ ନିଆଁ ଲାଗି ଗାଈ ଜୀବନ୍ତ ଦଗ୍ଧ

ନିମାପଡ଼ା, ( ସନ୍ତୋଷ ଦାଶ) :ନିମାପଡା ବ୍ଲକ ତମ୍ପାଳ ପଞ୍ଚାୟତ ର ଚଢ଼େଇ ଗାଁ ଗ୍ରାମ ର କାଳନ୍ଦି ମଳିକ ଙ୍କ ଗୁହାଳ ରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିବାବେଳେ ଆଉ ଦୁଇଟି ଗାଈ ପୋଡ଼ି ଯାଇ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ନିମାପଡା ଦମକଳ କେନ୍ଦ୍ର ରୁ ଆଗ୍ନୀକ ମାନେ ଯାଇ ପାଣି ପକାଇ ନିଆଁ କୁ ଆୟତ୍ତ କରିଥିଲେ । କାଳନ୍ଦି ଜଣେ ଗରିବ ଚାଷୀ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ