ମାଟି ପାଣି ପବନ ସବୁ ବିଷାକ୍ତ ! ପୂର୍ବଭଳି ଦେଖା ଯାଉନାହାନ୍ତି ଲାଲ ଟୁକୁ ଟୁକୁ ସାଧବ ବୋହୂ

ନିମାପଡ଼ା, (ସନ୍ତୋଷ ଦାଶ) :ଆରମ୍ଭ ହୋଇଯାଇଛି ବର୍ଷା ଋତୁ । ମାଟିକୁ ଛୁଇଁଛି ବର୍ଷା ଜଳ । ଖରା ର ପ୍ରକୋପ ରୁ ତ୍ରାହି ପାଇଛି ପୃଥିବୀ । ସବୁଆଡ଼େ କଅଁଳିଛି ସବୁଜ ତୃଣ । ଯୁଆଡ଼େ ଦେଖିବ ସବୁଜ ସବୁଜ । ବର୍ଷା ଋତୁ ର ଏହି ସମୟ ରେ ସବୁଜ ପଡ଼ିଆ ରେ କିଛି କିଛି ସ୍ଥାନ ରେ ଦେଖାଯାଇଛନ୍ତି ଲାଲ ଟୁକୁ ଟୁକୁ ସାଧବ ବୋହୂ। କୁନି କୀଟ ଟିଏ । କିନ୍ତୁ ତାର ରଙ୍ଗ ଆଉ ଚାଲି କାରଣରୁ ତାକୁ ଲୋକେ କହିଥାନ୍ତି ସାଧବ ବୋହୂ। କାହାରି କିଛି ଅନିଷ୍ଠ କରି ନଥାଏ ଏହି କୀଟ। ତେଣୁ ତାର ସ୍ୟୌନ୍ଦଯ୍ୟ ସମସ୍ତ ଙ୍କୁ ଆକର୍ଷଣ କରେ । ପିଲା ଠାରୁ ବୁଢ଼ା ସମସ୍ତେ ଭଲ ପାଇଥାନ୍ତି ଏହି ସାଧବବୋହୂକୁ । ସାଧବ ବୋହୂ ସାଧାରଣତଃ ସବୁଜ ଘାସ ପଡ଼ିଆରେ ଦେଖାଯାଆନ୍ତି। ଏହା ବର୍ଷା ଋତୁ ରେ ପ୍ରକୃତି ପକ୍ଷରୁ ସୃଷ୍ଟି ଏକ ଆକର୍ଷଣ। ଯାହା କୁ ଦେଖିବାକୁ ସମସ୍ତ ଙ୍କୁ ଭଲ ଲାଗେ । ବର୍ଷା ଋତୁ ଆରମ୍ଭ ମାତ୍ରେ ଏମାନେ ଦଳ ଦଳ ହୋଇ ଗାଆଁ ଗଣ୍ଡା ର ପଡ଼ିଆରେ ଦେଖାଯାଆନ୍ତି । ଏବେ ଯୁଗ ବଦଳିଛି । ପ୍ରଦ୍ୟୁଷଣ କାରଣ ରୁ ମାଟି, ପାଣି, ବାୟୁ ସବୁ ବିଷାକ୍ତ ହୋଇଯାଇଛି । ଅତ୍ୟଧିକ ରାସାୟନିକ ସାର, ତୀବ୍ର ଗନ୍ଧ ଯୁକ୍ତ କୀଟନାଶକ, ବଜ୍ୟବସ୍ତୁ, ପ୍ଲାଷ୍ଟିକ ପ୍ରଭୃତି କାରଣ ରୁ ମାଟି ତାର ପ୍ରାକୃତିକ ଉର୍ବରତା ହରାଇ ବସୁଛି । ରାସାୟନିକ ସାର ବ୍ୟବହାର ନ କଲେ ଆଉ ଫସଲ, ପନିପରିବା ଯଥେଷ୍ଟ ପରିମାଣ ରେ ଫଳୁନାହିଁ । ଏଣୁ ମାଟି ରୁ ପ୍ରାକୃତିକ ଗୁଣ ଲୋପ ପାଉଛି। ଏଣୁ ଆଉ ଆଗଭଳି ଲାଲ ଟୁକୁ ଟୁକୁ ସାଧବ ବୋହୂ ଙ୍କୁ ଦେଖିବାକୁ ମିଳୁନାହିଁ ବୋଲି କୁହନ୍ତି କୃଷି ବିଶେଷଜ୍ଞ ପଣ୍ଡିତ ତ୍ରିଲୋଚନ ମିଶ୍ର । ଜୈବିକ ପଦ୍ଧତିରେ ଚାଷ କରାନଗଲେ ଲାଲ ଟୁକୁ ଟୁକୁ ସାଧବ ବୋହୂ ପରି ଅନେକ କୀଟ,ପତଙ୍ଗ, ଛୋଟ ଜୀବ ଏହି ପୃଥିବୀ ପୃଷ୍ଠରୁ ହଜିଯିବେ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେବା ସହିତ ଚାଷୀ ମାନଙ୍କୁ ରିହାତି ଦରରେ ଶୁଦ୍ଧ ବିହନ, ଜୈବିକ ସାର ଯୋଗାଇ ଦେଲେ ଚାଷୀ ମାନେ ଆଉ ହାଇବ୍ରିଡ ବିହନ ବ୍ୟବହାର କରନ୍ତେ ନାହିଁ । ମାଟି ର ଊର୍ବରତା ବଜାୟ ରୁହନ୍ତା । ସମସ୍ତେ ସଚେତନ ନହେଲେ ବର୍ଷା ଋତୁ ର ଏହି ସୁନ୍ଦର କୀଟ ସାଧବ ବୋହୂ ଆଉ ଦେଖିବାକୁ ମିଳିବେନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ