ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ରାଷ୍ଟ୍ରପତି ହେବା ଖୁସିରେ ବିଜୟ ଉତ୍ସବ ପାଳନ, ଖୁସିରେ ରେ ପାରମ୍ପରିକ ନୃତ୍ୟ ଓ ଗୀତ ରେ ଝୁମିଲେ ଲୋକେ

କରଞ୍ଜିଆ, (ଜିତେନ୍ଦ୍ର ରାଜ) :ପ୍ରଥମଥର ରାଷ୍ଟ୍ରପତିଙ୍କ ପାଇଁ ସାରା ଦେଶ ପାଳୁଛି ବିଜୟ ଉତ୍ସବ । ନାଚଗୀତ ଓ ଉତ୍ସାହ ଉଦ୍ଦୀପନା । ସ୍ୱାଧୀନତାର 75 ବର୍ଷ ଅପେକ୍ଷା କରିବାକୁ ପଡିଲା ଆଦିବାସୀ ସମାଜର ଜଣେ ବ୍ୟକ୍ତିଙ୍କୁ ଦେଶର ସବୁଠାରୁ ବଡ ଆସନରେ ବସିବାକୁ । ପ୍ରଥମ ଆଦିବାସୀ ତଥା ଦ୍ୱିତୀୟ ଓଡ଼ିଆ ଭାବେ ଦେଶର ସର୍ବୋଚ୍ଚ ପଦବୀ ୧୫ ତମ ମହାମହିମ ରାଷ୍ଟ୍ରପତି ରୂପେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବାପରେ ସାରା ମୟୁରଭଞ୍ଜ ଜିଲ୍ଲାରେ ଉତ୍ସବ ର ବାତାବରଣ ଜାରିରହିଛି ଗ୍ରାମ ଗ୍ରାମ ରେ ଲୋକମାନେ ବିଜୟ ଉତ୍ସବ ପାଳନ କରୁଛନ୍ତି । ଏହି କ୍ରମରେ କରଞ୍ଜିଆ ବ୍ଲକ ର ବଟାପଳସା ଗ୍ରାମପଞ୍ଚାୟତ ର ପୁରୁଣାପାଣି ଓ ଗାନ୍ଧାହୁଡି ଠାରେ ପଞ୍ଚାୟତ ଓ ଆଖପାଖ ର ସମସ୍ତ ବର୍ଗର ଜନସାଧାରଣ ଏକତ୍ରିତ ହୋଇ ପାରମ୍ପରିକ ଶୈଳୀ ରେ ବିଜୟ ଉତ୍ସବ ପାଳନ କରିଛନ୍ତି । ଦୁଇହାଜର ରୁ ଉର୍ଦ୍ଧ ଜନସାଧାରଣ,ପୁରୁଷ ଓ ମହିଳା ସ୍ଥାନୀୟ ଫୁଟବଲ ପଡିଆ ରେ ଏକତ୍ରିତ ହୋଇ ବେଶ ଉତ୍ସାହର ସହିତ ନୃତ୍ୟ ଗୀତ ର ଆସର ଜମାଇ ବିଜୟ ଉତ୍ସବ କୁ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କରଞ୍ଜିଆ ର ପୂର୍ବତନ ବିଧାୟକ ବିଜୟ ନାଏକ, ବରିଷ୍ଠ ଆଇନ ଜୀବୀ ହରିଶ ଚନ୍ଦ୍ର ଦାସ,ପୂର୍ବତନ ସମିତି ସଭ୍ୟ ଗୁନାରାମ ସୟ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଯୁଗଳ ନାୟକ , କୁନାରାମ ମହାନ୍ତ ଙ୍କ ସହିତ ଅନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଉତ୍ସବ ରେ ସମସ୍ତେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ଏକତ୍ରିତ ହୋଇ ଆଦିବାସୀ ବାଦ୍ୟ ତାଳରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ପରେ ଉପସ୍ଥିତ ସମସ୍ତ ପୁରୁଷ ମହିଳା ସମ୍ମିଳିତ ହୋଇ ଭୋଜନ କରିଥିଲେ ଏହିଭଳି କାର୍ଯ୍ୟକ୍ରମ ବ୍ଲକ ର ସମସ୍ତ ପଞ୍ଚାୟତ ରେ ଜାରି ରହିବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ