ଚୋରୀ ମାମଲାରେ ମହିଳାଙ୍କ ସମେତ ୨ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ବଡ ସଫଳତା ମିଳିଛି l ସ୍ଥାନୀୟ ମାର୍କେଟ ସାହିର ଏକ ଚୋରୀ ଘଟଣାରେ ପୋଲିସ ଉଭୟ ପୁରୁଷ ଓ ମହିଳାଙ୍କୁ ଗିରଫ କରିଥିବାର ସାମ୍ବାଦିକ ସମ୍ମୀଳନୀରେ ସୂଚନା ପ୍ରଦାନ କରାଯାଇଛି l ଗତ ୨୨ ଓ ୨୩ତାରିଖ ମଧ୍ୟ ରାତ୍ରରେ ପାରଳା ସହରର ମାର୍କେଟ ସାହିର ଏନ୍. ଦମୟନ୍ତୀ (୪୫) ତାଙ୍କ ଘରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରୀ ହୋଇଥିବାର ଲିଖିତ ଅଭିଯୋଗ କରିଥିଲେ l ଘଟଣାକୁ ନେଇ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ପାରଳା ଏସଡିପିଓ ରାମକୃଷ୍ଣ ପତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଚୋରୀମାମଲାର ତ୍ବରିତ ପଦକ୍ଷେପ ନିମନ୍ତେ ଏକ ଟିମ୍ ଗଠନ କରଯାଇଥିଲା l ଚୋରୀ ମାମଲାରେ ସମ୍ପୃକ୍ତଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି l ଅଭିଯୁକ୍ତମାନେ ହେଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ତଥା ପାରଳା ସହର ସୀମାନ୍ତରେଥିବା ପୁରୁଣାପାଟଣା ଗ୍ରାମ ଆତଡା ରବି (୩୫) ଏବଂ ଏ.ରାଣୀ (୩୦) ବୋଲି ସୂଚନା ପ୍ରଦାନ କରାଯାଇଛି l ଏମାନଙ୍କ ଠାରୁ ୩ତୋଳା ରୁ ଉର୍ଦ୍ଧ ରାଣୀହାର, ଆଧା ତୋଳାର ଗୋଟିଏ ସୁନାମୁଦି, ନଦଗ ୯ହଜାର ଟଙ୍କା ଜବତ କରାଯାଇଥିବାର ମଧ୍ୟ ସୂଚନା ପ୍ରଦାନ କରାଯାଇଛି l ଉଭୟ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇ ଥିବାର ସୂଚନା ପ୍ରଦାନ କରାଯାଇଥିବା ବେଳେ ଏନେଇ ୧୪୮/୨୨ରେ ମାମଲା ରୁଜୁ କରାଯାଇ ଅଧିକା ତଦନ୍ତ ଜାରି ରହିଥିବାର ସୂଚନା ପ୍ରଦାନ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ