ଶିକ୍ଷାବିତ୍ ଅମୂଲ୍ୟ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର; 31 ୟୁନିଟ୍ ରକ୍ତ ସଂଗ୍ରହ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସ୍ଵର୍ଗତ ଅମୂଲ୍ୟ ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଗୋବରା ବିଶ୍ୱଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବାଦ ଆମ ଓଡ଼ିଶା, ବେଲଗୁଣ୍ଠା ପ୍ରେସକ୍ଲବ, ରୋଟାରୀକ୍ଲବ୍ , ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର, ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ସୋରଡ଼ା ନଗରପାଳ ଶିବରାମ ପଣ୍ଡା, ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ଯୋଗାଣ ନିରୀକ୍ଷକ ସୁବ୍ରତ ଚୌଧୂରୀ, ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ସୁଧୀର କୁମାର ଜେନା, ସରପଞ୍ଚ ସୁପ୍ରଭା ନାୟକ,ସମିତିସଭ୍ୟ ବିଭୂପାଦ ଜେନା,କୁଞ୍ଜବିହାରୀ ନାୟକ, ରୋଟାରୀକ୍ଲବ୍ ସଭାପତି ମଧୁସୂଦନ ମହାପାତ୍ର,ସମ୍ପାଦକ ପି ଶ୍ରୀନୀବାସ ସୁବୁଦ୍ଧି,ପୂର୍ବତନ ସମ୍ପାଦକ ସୁଧୀର ପାଣିଗ୍ରାହୀ,ପୂର୍ବତନ ଭି.ଦେବୀ ପ୍ରସାଦ ପାତ୍ର,ରୋଟାରୀଆନ ରଞ୍ଜିତ୍ ବାରିକ, ଗୁପ୍ତେଶ୍ୱର ସୁବୁଦ୍ଧି ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ ସାହୁ,ଅଧ୍ୟକ୍ଷା ମାମା ପରିଡ଼ା,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଶିବିରରେ ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ସାମ୍ବାଦିକ ସନ୍ତୋଷ ବିଷୋୟୀ, ସୁଶାନ୍ତ ବେହେରା,ବିଭୂପାଦ ଜେନା, ସଚିନ୍ ପୁରୋହିତ,ପଞ୍ଚାନନ ସାହୁ, ରୋଟାରୀଆନ ମଧୁସୂଦନ ମହାପାତ୍ର,ଯୋଗାଣ ନିରୀକ୍ଷକ ସୁବ୍ରତ ଚୌଧୂରୀ, କାଳୀ ଚରଣ ପଣ୍ଡା, ବୈଦ୍ୟନାଥ ସ୍ୱାଇଁ, ରାଜେନ୍ଦ୍ର କୁମାର ସାହୁ, ବୀରେନ୍ଦ୍ର କୁମାର ନାୟକ,ରାଜୀବ ବିଷୋୟୀ, ଲମ୍ବୋଦର ନାହାକ, କୈଳାସ ରାଉତ,ମହେଶ୍ଵର ରାଉତ,ସତ୍ୟନାରାୟଣ ପଟ୍ଟନାୟକ,ରାଜେଶ୍ ସ୍ୱାଇଁ, ଦୀନବନ୍ଧୁ ଜେନା, କୃଷ୍ଣଚନ୍ଦ୍ର ମଲ୍ଲିକ,ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ, ପୁରାତନ ଛାତ୍ର ଅନୀଲ୍ ପୋଲାଇ, ସରୋଜ ଭୂୟାଁ,ପବିତ୍ର ବିଷୋୟୀ, ସୌରଭ ଖୁଣ୍ଟିଆ, ଜଳନ୍ଧର ଖୁଣ୍ଟିଆ, ଅଂଶୁମାନ ମିଶ୍ର, ମୂନେନ୍ଦ୍ର ପରିଡ଼ାଙ୍କ ସମେତ ମହିଳା ରକ୍ତଦାତା ସାଗରିକା ଖୁଣ୍ଟିଆ, ରୀତା ବେହେରା ରଶ୍ମିତା ମିଶ୍ର ପ୍ରମୁଖ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I କାର୍ଯ୍ୟକ୍ରମରେ ପ୍ରେସକ୍ଳବ ଉପସଭାପତି ପ୍ରଭାତ ସାହୁ, ଉପଦେଷ୍ଟା ସନ୍ତୋଷ ବିଷୋୟୀ, କୋଷାଧ୍ୟକ୍ଷ ବିଭୂପାଦ ଜେନା, ସଦସ୍ୟ ରାଜେଶ୍ ପଣ୍ଡା, ପଞ୍ଚାନନ ସାହୁ, ସଚିନ୍ ପୁରୋହିତ, ଅକ୍ଷୟ ଶତପଥି, ବିଶ୍ଵମ୍ବର ଜେନା, ଅମରେନ୍ଦ୍ର ପଟ୍ଟନାୟକ,ଦିଲ୍ଲିପ୍ ପଗଡ, ଜୟକୃଷ୍ଣ ପଟ୍ଟନାୟକ,ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ଵାଇଁ, ସମାଜସେବୀ ଆଲୋକ ରାଜୁଙ୍କ ସମେତ ବିଶ୍ୱଭାରତୀ ଅନୁଷ୍ଠାନର ଶିକ୍ଷକ ବାବୁ ବେହେରା,ରଶ୍ମିତା ମିଶ୍ର,ସୁନିତା ଶତପଥୀ, ନମ୍ରତା ପଟ୍ଟନାୟକ,ଭୋଳାନାଥ ରଥ,ଶିବାନନ୍ଦ ସାହୁ ଏବଂ ଛାତ୍ରଛାତ୍ରୀ ସହୋଯୋଗ କରି ଥିଲେ I କୋଭିଡ ବୁଷ୍ଟର ଡୋଜ୍ ନେବାର 15 ଦିନ ପୂରଣ ହୋଇ ନଥିବାରୁ 20 ରୁ ଊର୍ଦ୍ଧ୍ୱ ରକ୍ତଦାତା ରକ୍ତଦାନ କରି ନପାରି ନିରାଶରେ ଫେରିଥିଲେ I ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ଚିନ୍ମୟ ବେହେରା, ଆର୍.ଏସ୍ ପଣ୍ଡା, ବସନ୍ତ ବେହେରା, ଡି.ଭି କାର୍କୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ I


