ଶୁଣୁନି ଆର.ଡି ବିଭାଗ, କାଦୁଅରେ ପସି ଯାଉଛନ୍ତି ଛାତ୍ରଛାତ୍ରୀ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ବାଙ୍ଗୋର ଗାଁ ଭିତରକୁ ଯାଇଥିବା ରାସ୍ତାଟି ସାମାନ୍ୟ ବର୍ଷାରେ ବେହାଲ ହୋଇଯାଇଛି । ଏହି ରାସ୍ତାଟି ଉପରେ ବାଙ୍ଗୋର ଗ୍ରାମର ଏକ ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି । ଏବେ ପ୍ରତିଦିନ ବର୍ଷା ହେଉଥିବାରୁ ରାସ୍ତାଟି କାଦୁଅରେ ପରିପୁର୍ଣ୍ଣ ହୋଇଯାଇଛି । ଗାଁ ଭିତରକୁ ବାଇକ, କିମ୍ବା ସାଇକେଲଟିଏ ଯାଇ ପାରୁ ନଥିବାବେଳେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା ଆସିବା କରିବାରେ ନାନା ସମସ୍ୟା ଭୋଗୁଛନ୍ତି । ଏନେଇ ଗ୍ରାମବାସୀମାନେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପଞ୍ଚାୟତ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେବି କେହି ଏହାର ସୁବ୍ୟବସ୍ଥା କରୁନାହାନ୍ତି । ଫଳରେ ଛାତ୍ରଛାତ୍ରୀମାନେ ନିୟମିତ କାଦୁଅରେ ପସି ବିଦ୍ୟାଳୟକୁ ଯାଉଥିବାରୁ ଆର.ଡି. ବିଭାଗର ନିର୍ବାହୀଯନ୍ତ୍ରୀ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ବାଙ୍ଗୋର ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ମାନେ ନିବେଦନ କରିଚନ୍ତି ।


