ମଙ୍ଗରାଜପୁର ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ ମେଳା

ବୁଗୁଡା- ବୁଗୁଡା ବ୍ଲକ ଅନ୍ତର୍ଗତ ମଙ୍ଗରାଜ ପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ମେଳାକୁ ବୁଗୁଡା ପ୍ରେସ କ୍ଲବ ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣା ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗ ଦେଇଥିଲେ।ମାଣିତରା ପଞ୍ଚାୟତର ସରପଞ୍ଚ ଶାନ୍ତିଲତା ନାୟକ ପୋଷାକ ଓ ଜୋତା ବଣ୍ଟନ କରିବା ପରେ ସମସ୍ତ ଅତିଥି ବୃନ୍ଦଙ୍କ ଦ୍ୱାରା ଛାତ୍ର ଓ ଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା।ଏଥିରେ ସମ୍ମାନିତ ଅତିଥି ଭାବେ ଏସଏମସି ସଭାପତି ଭିକାରି ପ୍ରଧାନ,ପୂର୍ବତନ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ବିଶ୍ବାଳ,ସମାଜସେବୀ ବବୁଲ ନାୟକ ଯୋଗ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ରାଉତ ମେଳାରେ ଅଧ୍ୟକ୍ଷତା କରିଥିବା ବେଳେ ସିଆରସିସି ଭବାନୀ ଶଙ୍କର ପାତ୍ର କାର‌୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ।ଏହି ଅବସରରେ ଶ୍ରୀ ମହାରଣା ତାଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞାନ ଓ ପରିବେଶ ବହି ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।ଶେଷରେ ଶିକ୍ଷକ ନଗେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ