କାରଗିଲ ବିଜୟ ଦିବସ ପାଳିତ, ତ୍ରିରଙ୍ଗା ସଭାଯାତ୍ରା ସହ ସହର ପରିକ୍ରମା

କରଞ୍ଜିଆ, (ଜିତେନ୍ଦ୍ର ରାଜ) :କରଞ୍ଜିଆ ଠାରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଆଜିର ଦିନରେ ପରମ ପରାକ୍ରମୀ ଭାରତୀୟ ସେନାର ପାକିସ୍ତାନୀ ସେନା ଉପରେ କାରଗିଲ ଯୁଦ୍ଧ ବିଜୟ ପ୍ରାପ୍ତ କରିଥିଲା । ଏହି ଐତିହାସିକ ବିଜୟ କୁ ସାରାଦେଶ ପାଳନ କରୁଥିବା ବେଳେ କରଞ୍ଜିଆ ର ଦେଶପ୍ରେମୀ ଯୁବକମାନେ ଏକତ୍ରିତ ହୋଇ ଯୁଦ୍ଧ ରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ସ୍ଥାନୀୟ ପୂର୍ନେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ସହିଦ ଯବାନ ଙ୍କ ନିମନ୍ତେ ସମୂହ ଦୀପଦାନ କରି ସେଠାରୁ ରୁ ଏକ ତ୍ରିରଙ୍ଗା ସଭାଯାତ୍ରା ବା ବିଜୟ ସଭାଯାତ୍ରା ରେ ବାହାରି ଥିବା ଯୁବକ ମାନେ ହାତରେ ଜାତୀୟପତାକା ଓ ଦୀପ ଧରି ଭାରତ ମାତାକି ଜୟ, ଭାରତୀୟ ସେନା ଜିନ୍ଦାବାଦ, ସହିଦ ଯବାନ ଆମର ରହେ ନାରା ସହିତ ସହର ପରିକ୍ରମା କରି ଥିଲେ ସ୍ଥାନୀୟ ସଂଗୀତ ମହାବିଦ୍ୟାଳୟ ଠାରେ ଏହାର ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମ ର ନେତୃତ୍ୱ ଯୁବ ଆଇନଜୀବି ଅରୁଣ କୁମାର ମହାନ୍ତ, ସୁଦର୍ଶନ ବେହେରା, ଯୁବ ବ୍ୟବସାୟୀ ତଥା ସାମାଜିକ କର୍ମୀ ଅନୁ ଅଗ୍ରୱାଲ, ଗାନ୍ଧିବାଦୀ ସଚ୍ଚିଦାନନ୍ଦ ମାନବ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ