୫ ବର୍ଷ ହେବ ଆବଣ୍ଟନ ହୋଇପାରୁନି ମାର୍କେଟ କମ୍ପ୍ଲେକ୍ସ, ବ୍ୟବସାୟୀ ନିରାଶ
ନିମାପଡ଼ା, (ସନ୍ତୋଷ ଦାଶ) :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ନଗର ରେଡକ୍ରସ ଛକ ଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ୫ବର୍ଷ ହେଲା ଆବଣ୍ଟନ ହୋଇପାରୁନି । ଫଳରେ ବ୍ୟବସାୟୀ ମାନେ ନିରାଶ ହୋଇଛନ୍ତି । ରେଡକ୍ରସ ଛକ ରୁ ଉଛେଦ ହୋଇଥିବା ବ୍ୟବସାୟୀ ଙ୍କୁ ଥଇଥାନ ଲକ୍ଷ୍ୟ ନେଇ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲେ ମଧ୍ୟ ଅଦ୍ୟାବିଧି ଆବଣ୍ଟନ ହୋଇପାରି ନାହିଁ । ତେଣୁ ଥଇଥାନ ପାଇଁ ବ୍ୟବସାୟୀ ମାନେ ଚାହିଁ ରହିଛନ୍ତି । ପାଞ୍ଚ ବର୍ଷ ତଳେ ନଗର ପଂଚାୟତ ରେଡକ୍ରସ ଛକ ଠାରେ କ୍ୟାବିନ ରେ ବିଭିନ୍ନ ଦୋକାନ କରି ନିଜ ଗୁଜୁରାଣ ମେଣ୍ଟାଉଥିବା ପ୍ରାୟ ୪୦ରୁ ଉର୍ଦ୍ଧ ବ୍ୟବସାୟୀ ଙ୍କୁ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଥିଲା । ମାତ୍ର ଗୃହ ନିର୍ମାଣ ପାଞ୍ଚ ବର୍ଷ ରୁ ଉର୍ଦ୍ଧ ହେଲାଣି କିନ୍ତୁ ଆଜି ଯାଏଁ ଉଛେଦ ବ୍ୟବସାୟୀ ମାନଙ୍କୁ ଥଇଥାନ ପ୍ୟାକେଜ ଅନୁଯାଇ ଗୃହ ବଣ୍ଟନ କରା ଯାଉନାହିଁ । ଅନ୍ୟ ପକ୍ଷରେ ଘର ଗୁଡିକ ଅ ବ୍ୟବହୃତ ହୋଇ ନଷ୍ଟ ହେବାକୁ ବସିଲାଣି। କୌଣସି ବ୍ୟବସାୟୀ ଙ୍କୁ ଘର ଆବଣ୍ଟନ କରାଯାଇନଥିବାରୁ ଉଛେଦ ବ୍ୟବସାୟୀ ମାନେ ନିଜର ବ୍ୟବସାୟୀ ଓ ରୋଜଗାର ହରାଇ ଦୟନୀୟ ଜୀବନ ବିତାଉଛନ୍ତି। ନବ ନିର୍ବାଚିତ ସରପଞ୍ଚ ମଧ୍ୟ ଏ ମାର୍କେଟ କମ୍ପ୍ଲେକ୍ସ ଆବଣ୍ଟନ ରେ ମୁଣ୍ଡ ପୁରାଉ ନାହାନ୍ତି। ସରକାର ଙ୍କ ଲକ୍ଷାଧିକ ଟଙ୍କା ରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସ ଆଜି ଭୂତ କୋଠି ରେ ପରିଣତ ହୋଇଛି । ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣି ରେ ପଡିବା କୁ ଯାଉଛି । ତୁରନ୍ତ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ମାର୍କେଟ କମ୍ପ୍ଲେକ୍ସ ର ଗୃହ ଗୁଡ଼ିକୁ ଯୋଗ୍ୟ ବ୍ୟବସାୟୀ ମାନଙ୍କୁ ଆବଣ୍ଟନ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳବାସି ଦାବୀ କରିଛନ୍ତି ।


