ଛତ୍ରପୁର ରୋଟାରି କ୍ଳବର ପନ୍ଦର ତମ ପ୍ରତିଷ୍ଠା ଦିବସ ପାଳିତ 

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ରୋଟାରି କ୍ଳବ ପରିସରରେ କ୍ଳବ ର 15 ତମ ପ୍ରତିଷ୍ଠା ଦିବସ ସଭାପତି ଏମ. ଧନଞ୍ଜୟ ରେଡ୍ଡୀ ଙ୍କ ପୌରହିତ୍ୟ  ରେ ମହା ସମାରୋହରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବରିଷ୍ଠ ରୋଟାରୀୟାନ ତଥା ଆଇନଜୀବୀ ସୂର୍ଯ୍ୟ ନାରାୟଣ ସାମନ୍ତରାୟ ଯୋଗ ଦେଇ କ୍ଳବର ବିଭିନ୍ନ ସମାଜସେବା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଚାର୍ଟର ପ୍ରେସିଡେଣ୍ଟ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଚାର୍ଟର ସେକ୍ରେଟାରୀ ସୁରଜିତ ସାମନ୍ତରାୟ ପ୍ରମୁଖ ମଂଚାସୀନ ଥିବା ବେଳେ କ୍ଳବର ସମ୍ପାଦକ  ଇ. ନାଗେଶ୍ୱର ରାଓ ବାର୍ଷିକ ବିବରଣୀ ପାଠ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଟିପିଏସଓଡ଼ିଏଲ ର ନିର୍ବାହୀ ଯନ୍ତ୍ରୀ ଇଂ ରାଜ କିଶୋର ବଲ୍ଳଭ, ହାଇକୋର୍ଟ ଆଡ଼ଭୋକେଟ ପଦ୍ମ ଚରଣ ସାହୁଙ୍କ ସମେତ ସମସ୍ତ କ୍ଳବର ସଦସ୍ୟ /ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ବରିଷ୍ଠ ରୋଟାରୀୟାନ ସ୍ବର୍ଗତ ଅମରେଶ ମିଶ୍ର ଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ