ଅକ୍ଷୟ ସ୍ୱାଇଁଙ୍କ କବିତା ସଂକଳନ ଛାୟାମଞ୍ଚ ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସିଫା ଅଡ଼ିଟୋରିୟମଠାରେ ଧଉଳି ସାହିତ୍ୟ ସଂସଦ ଏବଂ ସିନ୍ଧୁଜା ପ୍ରକାଶନୀ ଆନୁକୂଲ୍ୟରେ କବି ଅକ୍ଷୟ ସ୍ୱାଇଁଙ୍କ ତୃତୀୟ କବିତା ସଂକଳନ ‘ଛାୟାମଞ୍ଚ’ ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ଉତ୍ସବରେ ସୂଚନା କମିଶନର ସଞ୍ଜୟ ସ୍ୱାଇଁ ମୁଖ୍ୟ ଅତିଥି, ବିଶିଷ୍ଟ କବି ଫନୀ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ କବିତା ଓ ଆଇନ ଏବଂ କବିତାକୁ ନେଇ ବିବିଧ ଅଭିଜ୍ଞତାର କଥା କହିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ କଥାକାର ଡ. ଅଜୟ ସ୍ୱାଇଁ, ସଂଳାପ ଲେଖକ ଡ. ରଜନୀ ରଞ୍ଜନ ଏବଂ କବି ପବିତ୍ର ମୋହନ ଦାସ ଯୋଗଦେଇ କବିତାର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ । ଉନ୍ମୋଚିତ କବିତା ପୁସ୍ତକକୁ ସମୀକ୍ଷା କରିଥିଲେ ଲେଖିକା ମୌସୁମୀ ଦାସ । ‘ଛାୟାମଞ୍ଚ’ର ପ୍ରଥମ କପି ୫ ହଜାର ଟଙ୍କା ଦେଇ କିଣିଥିଲେ ଜଣେ ପାଠିକା ସବିତା ରଥ । ଏହି ଉତ୍ସବର ସ୍ୱାଗତ ଭାଷଣ ଦେଇଥିଲେ ନିରଞ୍ଜନ ନାୟକ । ସଭା କାର୍ଯ୍ୟ ପରିଚାଳନା କରିଥିଲେ ମାଧବାନନ୍ଦ ବେହୁରା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଦିଲ୍ଲୀପ ସୁବୁଦ୍ଧି । ‘ପକ୍ଷୀଘର’ର ସମ୍ପାଦକ ବନୋଜ ତ୍ରିପାଠୀଙ୍କ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶିକା ଶର୍ମିଳା ସାହୁ ଏହି ପୁସ୍ତକ ପ୍ରକାଶନକୁ ନେଇ ଆଲୋଚନା କରିଥିଲେ । ଶେଷରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଥିଲେ ଡ. ସନ୍ତୋଷ ଦାସ ଏବଂ ବେବିରାଣୀ ସାହୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ