ଧାନ ତଳି ପୋଡିରୁ ସୁରକ୍ଷା ଏବଂ ବିଭିନ୍ନ ଦାବିରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ଛତ୍ରପୁର, (ଦେବଦତ୍ତ ମହାରଣା) : ଧାନ ତଳି ପୋଡିରୁ ସୁରକ୍ଷା ଏବଂ ରୁଆ ଧାନକୁ ଜଳ ସେଚନର ସୁବିଧା ଦେବା ସମେତ ବିଭିନ୍ନ ଦାବି ନେଇ ଅଗ୍ରଣୀ ଚାଷୀ ସଂଗଠନ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଧାନ ତଳି ଓ ରୁଆ ଧାନ ଫସଲ ନଷ୍ଟ ହେବାକୁ ଯାଉଥିବାରୁ ତୁରନ୍ତ ସମସ୍ତ ଘରୋଇ ଏବଂ ସରକାରୀ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ କରି ପାଣି ଯୋଗାଇବା. ଜୟ ମଙ୍ଗଳ, ହିରାଧାରବାଟି, ଋଷିକୁଲ୍ୟା ଆଦି କେନାଲରେ ପାଣି ଛାଡିବା ପାଇଁ ନିର୍ଦ୍ଦେଶ ଦେବା, ବର୍ଷା ଜଳ ସଂରକ୍ଷଣ କରିବା ନିମନ୍ତେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା, ଏହି ଦୁର୍ଦ୍ଦିନରେ କୃଷି କର୍ମଚାରୀ, ଜଳ ସେଚନ ବିଭାଗର କର୍ମଚାରୀ ମାନେ ଚାଷୀଙ୍କ ପାଖକୁ ଯାଇ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ଏବଂ ଗତ ବର୍ଷ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ଥ ଚାଷୀ ମାନେ ଫସଲ ବୀମା ପ୍ରିମିୟମ ଟଙ୍କା ଦେଇ ସୁଦ୍ଧା ଫସଲ ବୀମା ସହାୟତା ପାଇ ନାହାନ୍ତି । ଏଣୁ ସେମାନଙ୍କୁ ଫସଲ ବୀମା ସହାୟତା ଦେବା ସଂଗେ ସଂଗେ ଫସଲ ବୀମା ସମ୍ପର୍କରେ ପଂଚାୟତ ସ୍ତରରେ ସଚେତନତା କରିବା ନିମନ୍ତେ ମହାସଭା ପକ୍ଷରୁ ଉକ୍ତ ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି ଥିବା ନେଇ ଏକ ପ୍ରେସ ବିବୃତି ଯୋଗେ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ ସୂଚନା ଦେଇଛନ୍ତି ।


