ଯୁବତୀଙ୍କ ମୃତ ଦେହ ଉଦ୍ଧାର
ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ଅଜଣା ଯୁବତୀଙ୍କ କ୍ଷତ ବିକ୍ଷତ ମୃତ ଦେହ ଠାବ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅଧୀନରେ ଥିବା ସାନଦୁନ୍ଦୁ ଗ୍ରାମରେ। ସୂଚନା ଅନୁଯାୟୀ ସାନଦୁନ୍ଦୁ ଗ୍ରାମର ଡୁଙ୍ଗୁରିଠାରେ ଜଣେ ଯୁବତୀଙ୍କ କ୍ଷତ ବିକ୍ଷତ ମୃତ ଦେହ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ମୃତ ଦେହ ପାଖରେ ଥିବା ପଥରରେ ରକ୍ତ ଲାଗିଥିବାରୁ କେହି ଦୁର୍ବୃତ୍ତ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ଓ ଘଟଣାଟି ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଂଚଳ ହୋଇଥିବା ବେଳେ ଯୁବତୀ ଜଣକ ଝାଡ଼ଖଣ୍ଡର ବୋଲି ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ଜିଲ୍ଲାର ସମସ୍ତ ଥାନା ସହ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ବିଭିନ୍ନ ଥାନା ସହ ଯୋଗାଯୋଗରେ ରହିଥିବା ବେଳେ ଖୁବ ଶୀଘ୍ର ପରିଚୟ ମିଳିଯିବ ବୋଲି ସୂଚନା ଦେଇଛନ୍ତି । ବହଳଦା ଥାନା ପୋଲିସ ଓ ଏସଡିପିଓ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଅନ୍ୟ ପଟେ ବାରିପଦାରୁ ସାଇଣ୍ଟିଫିକ ଟିମ ମଧ୍ୟ ଆସୁଥିବା ସୂଚନା ରହିଛି ।